ଶାନ୍ତ ପଡିଲା ହିମାଚଳପ୍ରଦେଶ ରାଜନୈତିକ ଅସ୍ଥିରତା: ବଦଳିବେନି ମୁଖ୍ୟମନ୍ତ୍ରୀ, ସମାନ ଦାୟିତ୍ୱ ସମ୍ଭାଳିବେ ସୁଖବିନ୍ଦର ସିଂ ସୁଖୁ

115

କନକ ବ୍ୟୁରୋ: ହିମାଚଳପ୍ରଦେଶ ରାଜନୀତିରେ ଜାରି ରହିଛି ହାଇ ଡ୍ରାମା । ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ କରିଥିବା ୬ କଂଗ୍ରେସ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଛି । ବାଚସ୍ପତି କୁଳଦୀପ ସିଂହ ଏହି ୬ ବିଧାୟକଙ୍କ ବିଧାନସଭା ସଦସ୍ୟ ପଦରୁ ବହିଷ୍କାର କରିଛନ୍ତି । ଦଳ ବଦଳ ନିରୋଧୀ ଆଇନ ଆଧାରରେ ଏହି ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି ବାଚଷ୍ପତି ।

ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ କରିଥିବା ୬ କଂଗ୍ରେସ ବିଧାୟକ ଅଯୋଗ୍ୟ ଘୋଷିତ । ଅଯୋଗ୍ୟ ଘୋଷିତ ହୋଇଥିବା ବିଧାୟକମାନେ ହେଲେ, ରାଜେନ୍ଦ୍ର ରାଣା, ସୁଧୀର ଶର୍ମା, ଇନ୍ଦ୍ର ଦତ୍ତ ଲଖନପାଲ, ଦେବେନ୍ଦ୍ର କୁମାର ଭୁଟୋ, ରବି ଠାକୁର ଏବଂ ଚୈତନ୍ୟ ଶର୍ମା । ହିମାଚଳ ପ୍ରଦେଶର ବାଚସ୍ପତି କୂଳଦୀପ ସିଂହ ପଠାନିଆ ରାଜ୍ୟସଭା ନିିର୍ବାଚନରେ କ୍ରସ ଭୋଟିଂ କରିଥିବା ୬ କଂଗ୍ରେସ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିଛନ୍ତି । ଦଳ ବଦଳ ନିରୋଧୀ ଆଇନ୍ ବଳରେ ଏହି ବିଧାୟକଙ୍କୁ ବହିସ୍କୃତ କରିଛନ୍ତି । ବାଚସ୍ପତି କୂଲଦୀପ ସିଂହ ପଠାନିଆ କହିଛନ୍ତି, ସରକାରଙ୍କୁ ଜନାଦେଶ ମିଳିଛି । ଜନତା ୫ ବର୍ଷ ପାଇଁ ସରକାର ବାଛିଛନ୍ତି । ଆଉ ଏମାନେ ଆୟା ରାମ, ଗୟା ରାମ ରାଜନୀତି କରୁଛନ୍ତି । କଂଗ୍ରେସ ପ୍ରାର୍ଥୀ ଅଭିଷେକ ମନୁ ସିଂଘବୀଙ୍କୁ ଭୋଟ୍ ନଦେଇ ଏମାନେ ବିଜେପିର ହର୍ଷ ମହାଜନଙ୍କୁ ଭୋଟ୍ ଦେଲେ । ଏହା ଅତ୍ୟନ୍ତ ନିନ୍ଦନୀୟ ।

ବିଧାୟକଙ୍କ ବିରୋଧରେ ଏଭଳି କଠୋର କାର୍ଯ୍ୟାନୁଷ୍ଠାନ, ହିମାଚଳ ରାଜନୀତି ଇତିହାସରେ ପ୍ରଥମଥର ଦେଖିବାକୁ ମିଳିଛି । ସେପଟେ ବହିସ୍କୃତ ହୋଇଥିବା ବିଧାୟକ କହିଛନ୍ତି, ସେମାନେ ଏହାକୁ ନେଇ କୋର୍ଟ ଯିବେ । ସୁଖବିନ୍ଦର ଶୁଖୁଙ୍କ ସରକାର ଭାଙ୍ଗିବା ଜରୁରୀ । ମାତ୍ର ମୁଖ୍ୟମନ୍ତ୍ରୀ ଶୁଖୁ ଦାବି କରିଛନ୍ତି ତାଙ୍କ ପାଖରେ ରହିଛି ବହୁମତ ।

ସେପଟେ ହିମାଚଳ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପ୍ରତିଭା ସିଂହ ମଧ୍ୟ ବିଧାୟକଙ୍କୁ ବହିସ୍କାର ବିରୋଧରେ ପ୍ରଶ୍ନ ଉଠାଇଛନ୍ତି ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ଶୁଖୁଙ୍କ ବିରୋଧରେ ବିଧାୟକଙ୍କ ରାଗ ସମ୍ପୂର୍ଣ୍ଣ ଉଚିତ୍ । ଏବେ ହାଇକମାଣ୍ଡ ହିଁ କୌଣସି ନିଷ୍ପତି ନେବା ଜରୁରୀ ।

୬ କଂଗ୍ରେସ ବିଧାୟକଙ୍କୁ ବହିସ୍କାର କରିବା ପରେ ଏବେ ହିମାଚଳରେ କଂଗ୍ରେସ ସରକାର ଭାଙ୍ଗିବା ଆଶଙ୍କା ସାମାନ୍ୟ ଦୂର ହୋଇ ଯାଇଛି । ସେପଟେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ବୀରଭଦ୍ରଙ୍କ ପୁଇ ବିକ୍ରମାଦିତ୍ୟ ସିଂହ ନିଜ ଇସ୍ତଫା ପ୍ରତ୍ୟାହାର କରି ନେଇଛନ୍ତି । ମାତ୍ର ଗୁରୁବାର ସକାଳେ ମୁଖ୍ୟମନ୍ତ୍ରୀ ଡାକିଥିବା ବିଧାୟକଙ୍କ ବୈଠକରେ ଯୋଗ ଦେଇ ନାହାଁନ୍ତି । ତେବେ ମୁଖ୍ୟମନ୍ତ୍ରୀ ଶୁଖୁଙ୍କ ସହ ରହିଥିବା ତାଙ୍କ ବିବାଦ ଏବେ ହାଇକମାଣ୍ଡ ବୁଝିବେ ବୋଲି ସେ କହିଛନ୍ତି ।

ରାଜ୍ୟସଭା ନିର୍ବାଚନରେ ୬ କଂଗ୍ରେସ ବିଧାୟକ କ୍ରସ ଭୋଟିଂ କରିବା ପରେ ରାଜ୍ୟରେ ବଡ ଧରଣର ରାଜନୈତିକ ହଙ୍ଗାମା ଆରମ୍ଭ ହୋଇ ଯାଇଛି । ଯାହାପରେ ସୁଖବିନ୍ଦର ଶୁଖୁଙ୍କ ସରକାର ଉପରେ ସଙ୍କଟ ମାଡି ଆସିଥିଲା । ବିକ୍ରମାଦିତ୍ୟ ସିଂହ ମଧ୍ୟ ନିଜ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ । ମାତ୍ର ଗୁରୁବାର ଚିତ୍ର ସମ୍ପୂର୍ଣ୍ଣ ବଦଳି ଯାଇଛି ।