ହିମାଚଳ ରାଜନୀତିରେ ହାଇଭୋଲଟେଜ ଡ୍ରାମା । ମନ୍ତ୍ରୀ ପଦରୁ ବିକ୍ରମାଦିତ୍ୟ ସିଂଙ୍କ ଇସ୍ତଫା ଦେବା ପରେ ସଙ୍କଟରେ ହିମାଚଳ ସରକାର

120

କନକ ବ୍ୟୁରୋ : ହିମାଚଳ ରାଜନୀତିରେ ଘଡିକେ ଛୁଟିଛି ଘୋଡା । ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ଶୁଖୁଙ୍କ ଇସ୍ତଫା ଚର୍ଚ୍ଚାକୁ ଖଣ୍ଡନ କଲେ ନିଜେ ସୁଖବିନ୍ଦର । କହିଲେ ଏବେବି ତାଙ୍କ ପାଖରେ ରହିଛି ବହୁମତବିଧାନସଭାରେ ବଜେଟ୍ ଉପସ୍ଥାପନ ପୂର୍ବରୁ ବହୁମତ ସାବ୍ୟସ୍ତ କରିବେ ବୋଲି କହିଛନ୍ତି ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ । ସେ ଆହୁରି ମଧ୍ୟ କହିଛନ୍ତି, ତାଙ୍କ ସରକାର ସଫଳତାର ସହ ୫ ବର୍ଷ ଶାସନ କ୍ଷମତାରେ ରହିବ । ସେପଟେ ସୁଖବିନ୍ଦରଙ୍କ ସରକାର ନିଶ୍ଚିତ ଭଙ୍ଗ ହେବ ବୋଲି ଦାବି କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ବିଧାୟକ ଜୟରାମ ଠାକୁର । ସେ କହିଛନ୍ତି, ତାଙ୍କ ଦଳ ପାଖରେ ରହିଛି ବହୁମତ । ଅନେକ କଂଗ୍ରେସ ବିଧାୟକ ତାଙ୍କ ସପକ୍ଷରେ ଥିବା ଯୁକ୍ତି ବାଢିଛନ୍ତି ଜୟରାମ ଠାକୁର  । ରାଜ୍ୟସଭା ନିର୍ବାଚନରେ ୬ କଂଗ୍ରେସ ବିଧାୟକ କ୍ରସ୍ ଭୋଟିଂ କରିବା ଦ୍ୱାରା ବିଜେପି ପ୍ରାର୍ଥୀ ହର୍ଷ ମହାଜନ ବିଜୟୀ ହୋଇଛନ୍ତି । ଏହାପରଠାରୁ ହିମାଚଳ ରାଜନୀତିରେ ଭୂମିକମ୍ପ ଦେଖିବାକୁ ମିଳିଛି । ସୁଖବିନ୍ଦର ଶୁଖୁଙ୍କ ସରକାର ବିରୋଧରେ ବିଜେରି ରାଜ୍ୟପାଳଙ୍କୁ ଫେରାଦ ହୋଇଥିଲା । ଅନ୍ୟପଟେ କଂଗ୍ରେସ ବିଧାୟକ କାହିଁକି କ୍ରସ୍ ଭୋଟିଂ କଲେ ଏହାକୁ ନେଇ ତଦନ୍ତ କରିବ କଂଗ୍ରେସର ଏକ ଅବ୍ଜର୍ବର ଟିମ୍ । ଯାହାଙ୍କୁ ନିୟୋଜିତ କରିଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ୍ ଖଡଗେ ।

କ୍ରସ ଭୋଟିଂ ପରେ ହିମାଂଚଳ ପ୍ରଦେଶର ବରିଷ୍ଠ କଂଗ୍ରେସ ବିଧାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂଙ୍କ ପୁଅ ବିକ୍ରମଆଦିତ୍ୟ ସିଂ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଭାବପ୍ରବଣ ହୋଇ ବିକ୍ରମଆଦିତ୍ୟ ସିଂ କହିଛନ୍ତି, ୬ ଥର ତାଙ୍କ ବାପା ମୁଖ୍ୟମନ୍ତ୍ରୀ ଥିଲେ, ତାଙ୍କ ପାଇଁ କଂଗ୍ରେସ ହିମାଚଂଳରେ ସରକାର ଗଢିଛି କିନ୍ତୁ ତାଙ୍କର ଏକ ପ୍ରତିମୂର୍ତି ସ୍ଥାପନ ପାଇଁ ସରକାର ଛୋଟ ସ୍ଥାନଟିଏ ପାଇଲେନାହିଁ । ତାଙ୍କ ବାପାଙ୍କ ପ୍ରତି ସରକାରଙ୍କ ଏଭଳି ସମ୍ମାନକୁ ସେ ଗ୍ରହଣ କରିପାରିବେ ନାହିଁ ବୋଲି କହିଛନ୍ତି । ଏବେର ସ୍ଥିତି ଯେପରି ଅଛି ସେ ସରକାରରେ ରହିବା ଠିକ୍ ନୁହେଁ । ତେଣୁ ସେ ଇସ୍ତଫା ଦେଇଥିବା କହିଛନ୍ତିି ବିକ୍ରମଆଦିତ୍ୟ ସିଂ । ଲୋକଙ୍କ ସହ ଆଲୋଚନା ପରେ ସେ ତାଙ୍କର ପରବର୍ତି ରଣନୀତି ପ୍ରସ୍ତୁତ କରିବେ ବୋଲି କହିଛନ୍ତି ବୀରଭଦ୍ର ସିଂଙ୍କ ପୁଅ ।

ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବର ଆଶଙ୍କା ଭିତରେ ହିମାଚଂଳ ପ୍ରଦେଶର ବିରୋଧଦଳ ନେତା ଜୟରାମ ଠାକୁରଙ୍କ ସମେତ ୧୫ ବିଜେପି ବିଧାୟକଙ୍କ ବିଧାନସଭାରୁ ନିଲମ୍ବିତ କରିଛନ୍ତି ବାଚସ୍ପତି । ଏଥିସହ ୬ କଂଗ୍ରେସ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ବାଚସ୍ପତି ।

ସେପେଟ ବିଦ୍ରୋହୀ ବିଧାୟକଙ୍କ ଅଯୋଗ୍ୟତା ଉପରେ ଶୁଣାଣୀ କରି ବାଚସ୍ପତି ଫଇସଲା ସୁରକ୍ଷିତ ରଖିଛନ୍ତି । ଜବାବ ରଖିବାକୁ ସମୟ ମାଗିଛନ୍ତି ବିଧାୟକ ।