ପୋଲିସ୍ ବିଭାଗରେ ଚାକିରୀ କରିବାର ସୁବର୍ଣ୍ଣ ସୁଯୋଗ ! ବାହାରିଲା ୧୦୬୩ ଟି ପଦବୀ , ଏଭଳି ଉପାୟରେ କରନ୍ତୁ ଆବେଦନ ।

ବେକାରୀ ବଢୁଛି , ପଦବୀ ଖାଲି ପଡ଼ିଛି । ଦେଶରେ ୫ଲକ୍ଷ, ରାଜ୍ୟରେ ୧୦ ହଜାରରୁ ଅଧିକ ପୋଲିସ୍ ପଦବୀ ଖାଲି ।

ହିମାଞ୍ଚଳପ୍ରଦେଶ ପୋଲିସ୍ ତରଫରୁ ଅନେକ ପଦବୀ ପାଇଁ ଆବେଦନ ବାହାରି ଯାଇଛି । ପୋଲିସ୍ ଯେଉଁ ପଦବୀ ପାଇଁ ଆମନ୍ତ୍ରିତ କରିଛନ୍ତି ସେହି ପଦରେ କନେଷ୍ଟବଳ ପଦ ସାମିଲ୍ ରହିଛି । ଭର୍ତ୍ତିରେ ୧୦୬୩ ଟି ପଦର ଚୟନ କରାଯିବ । ଆବେଦନ କରିବାର ଅନ୍ତିମ ତାରିଖ ୩୦ ଏପ୍ରିଲ୍ । ଯଦି ଆପଣ ବି ଏହି ଚାକିରୀରେ ଆବେଦନ କରିବା ପାଇଁ ଚାହୁଁଛନ୍ତି ଏବଂ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି ତେବେ ଅନ୍ତିମ ତାରିଖ ପୂର୍ବରୁ ହିଁ ଆପ୍ଲାଏ କରନ୍ତୁ ।

publive-image

ପଦ ବିବରଣୀ : ଏହି ଚାକିରୀରେ ମୋଟ ୧୦୬୩ ଟି ପଦବୀ ଥିବାବେଳେ କନେଷ୍ଟବଳ (ପୁରୁଷ)ଙ୍କ ପାଇଁ ୭୨୦ ଟି , କନେଷ୍ଟବଳ (ମହିଳା) ଙ୍କ ପାଇଁ ୨୧୩ ଏବଂ ଡ୍ରାଇଭର୍ ପାଇଁ ୧୩୦ ଟି ପୋଷ୍ଟ ବାହାରିଛି । ଏହାଛଡା ଏହି ପଦବୀରେ ଚୟନ କରାଯାଇଥିବା ପ୍ରାର୍ଥୀଙ୍କ ପାଇଁ ୧୦,୩୦୦ ରୁ ୩୪,୮୦୦ ଟଙ୍କା ପେ-ସ୍କେଲ୍ ଦିଆଯିବ ।

ଯୋଗ୍ୟତା : ଏହି ଯୋଗ୍ୟତା ପାଇଁ ଦଶମ ପାସ୍ ହେବା ଆବଶ୍ୟକ । ପ୍ରାର୍ଥୀଙ୍କୁ ଫିଜିକାଲ୍ ଯୋଗ୍ୟତାରେ ଚୟନ କରାଯିବ ।

ବୟସ ସୀମା : ୧୮ ରୁ ୨୩ ବର୍ଷ । ପ୍ରାର୍ଥୀଙ୍କ ବୟସ ୧ ଜାନୁଆରୀ ୨୦୧୯ ଆଧାରରେ ନିଆଯିବ ।

ଆବେଦନ ଫିସ୍ : ଆବେଦନ କରିବା ପାଇଁ ଜେନେରାଲ୍ ବର୍ଗଙ୍କ ପାଇଁ ୧୪୦ ଟଙ୍କା, ଏସସି-ଏସଟି-ଓବିସି ବର୍ଗଙ୍କ ପାଇଁ ୩୫ ଟଙ୍କା । ତେବେ ଏହି ପଦବୀ ପାଇଁ ଏବେ ପ୍ରକ୍ରିୟା ଆରମ୍ଭ କରାଯାଇନାହିଁ । ଆବେଦନକାରୀ ୩୦ ମାର୍ଚ୍ଚ ପରେ ପଦବୀ ପାଇଁ ଆପ୍ଲାଏ କରିପାରିବେ । ଲିଖିତ ପରୀକ୍ଷା ଏବଂ ଫିଜିକାଲ୍ ଟେଷ୍ଟ୍ ମାଧ୍ୟମରେ ଉପଯୁକ୍ତ ପ୍ରାର୍ଥୀଙ୍କୁ ଚୟନ କରାଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe