ହିମାଚଳ ପ୍ରଦେଶ ଭୂ-ସ୍ଖଳନରେ ଉଦ୍ଧାର କାମ ଜାରି । ବଢିଚାଲିଛି ମୃତ୍ୟୁସଂଖ୍ୟା । ଆକାଶମାର୍ଗରୁ ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ ।
କନକ ବ୍ୟୁରୋ: ହିମାଚଳ ପ୍ରଦେଶର କିନ୍ନୌର ଜିଲ୍ଲାରେ ବୁଧବାର ହୋଇଥିବା ଭୂସ୍ଖଳନରେ ଜାରି ରହିଛି ଉଦ୍ଧାର କାମ । ଘଟଣାରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଆଇଟିବିପି, ଏନଡିଆରଏଫ, ଏବଂ ସ୍ଥାନୀୟ ପ୍ରଶାସନ ଦ୍ୱାରା ଜାରି ରହିଛି ଉଦ୍ଧାର କାର୍ଯ୍ୟ । ଭୂସ୍ଖଳନ ପାଇଁ ପାହାଡରୁ ମାଟି ଅତଡା ଏବଂ ବଡ ବଡ ପଥର ଖଣ୍ଡ ଖସି ଜାତୀୟ ରାଜପଥ ୫ ଦେଇ ଯାଉଥିବା ଏକ ଯାତ୍ରୀ ବାହୀ ବସ୍ ସମେତ ଅନେକ ଗାଡିକୁ ଦାବି ହୋଇଯାଇଥିଲ । ଏଥିରେ ୫୦ରୁ ଅଧିକ ଲୋକ ମାଟି ତଳେ ଦବି ହୋଇଯାଇଥିବା ଜଣାପଡିଥିଲା । ଫଳରେ ପଥର ଏବଂ ମାଟି ହତଡା ଖସାଇ ଲୋକଙ୍କୁ ଉଦ୍ଧାର କରିବାର ପ୍ରୟାସ ଜାରି ରହିଛି।

Kanak News is now on WhatsApp
Join and get latest news updates delivered to you via WhatsApp
ସେପଟେ ଘଟଣାରେ ଉଦ୍ଧାର ହୋଇଥିବା ଆହତକୁ କିନ୍ନୌର ଜିଲ୍ଲାର ଭାବା ନଗର କମ୍ୟୁନିଟି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତର୍ି କରାଯାଇଛି । ଯେଉଁଠି ସେମାନଙ୍କୁ ଭେଟି ତାଙ୍କ ଅବସ୍ଥା ପଚାରି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର । କେବଳ ସେତିକି ନୁହେଁ ଆକାଶମାର୍ଗରୁ ସ୍ଥିତି ପରଖିବା ସହ ଘଟଣା ସ୍ଥଳ ମଧ୍ୟ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ।
ବୁଧବାର ଏକ ଯାତ୍ରୀବାହୀ ବସ୍ କିନ୍ନୌରରୁ ହରିଦ୍ୱାର ଯାଉଥିଲା ଏବଂ ନିଗୁଲସାରି ଠାରେ ଜାତୀୟ ରାଜପଥ ୫ରେ ପ୍ରାକୃତିବ ଦୁର୍ବିପାକର ଶିକାର ହୋଇଥିଲା । ପାହାଡରୁ ବଡ ବଡ ପଥର ଖସି ବସକୁ ଚାପି ଦେଇଥିଲା । ବସ୍ ଆଗ ଓ ପଛରେ ଯାଉଥିବା ଅନେକ କାର ମଧ୍ୟ ଭୂସ୍ଖଳନ ଶିକାର ହୋଇଥିଲା । ଭୂସ୍ଖଳନ ଫଳରେ ଜାତୀୟ ରାଜପଥ ୫ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି ।