ହିମାଚଳ ପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ! ଗଭୀର ଖାଲ ଭିତରକୁ ଖସିପଡିଲା ବସ୍ , ୨୬ ଛାତ୍ରଛାତ୍ରୀଙ୍କ ସହ ୨୮ ଜଣଙ୍କ ମୃତ୍ୟୁ

68

କନକ ବ୍ୟୁରୋ: ଖାଲ ଭିତରକୁ ଖସିପଡି ୨୬ ଛାତ୍ରଛାତ୍ରୀଙ୍କ ମୃତ୍ୟୁ । ଏକ ଘରୋଇ ସ୍କୁଲ ବସ ଭାରସାମ୍ୟ ହରାଇ ଖସିପଡିବାରୁ ୨୬ ଛାତ୍ରଛାତ୍ରୀଙ୍କ ସମେତ ଡ୍ରାଇଭର ଓ ସ୍କୁଲ ଶିକ୍ଷକଙ୍କ ମୃତ୍ୟୁ ହୋଇଛି । ହିମାଚଳପ୍ରଦେଶର ନୁରପୁର ଅଂଚଳରେ ଏହି ଘଟଣା ଘଟିଛି ।

ବର୍ତମାନ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ୨୦ଜଣ ଛାତ୍ରଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଅନ୍ଧାର ହୋଇଯାଇଥିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଆହତମାନଙ୍କ ନିକଟସ୍ଥ ହସ୍ପିଟାଲରେ ଭର୍ତି କରାଯାଇଛି ।

ଘଟଣାସ୍ଥଳରେ ଏକ ୫୦ ଜଣିଆ ଡାକ୍ତରୀ ଦଳ ଯାଇଛନ୍ତି । ମୃତ୍ୟୁ ସଂଖ୍ୟା ଆହୁରି ବଢିବାର ଆଶଙ୍କା କରାଯାଉଥିବା ଜିଲ୍ଲା କର୍ତୃପକ୍ଷ କହିଛନ୍ତି ।