୭ମ ପର୍ଯ୍ୟାୟ ନିର୍ବାଚନ ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି । ଭୋଟ ପାଇଁ ବିଶ୍ୱର ସର୍ବୋଚ୍ଚ ଉଚ୍ଚତମ କେନ୍ଦ୍ରରେ ପହଞ୍ଚିଲେ ପୋଲିଂ ଅଧିକାରୀ

୭ମ ପର୍ଯ୍ୟାୟ ନିର୍ବାଚନ ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି । ଭୋଟ ପାଇଁ ବିଶ୍ୱର ସର୍ବୋଚ୍ଚ ଉଚ୍ଚତମ କେନ୍ଦ୍ରରେ ପହଞ୍ଚିଲେ ପୋଲିଂ ଅଧିକାରୀ

କନକ ବ୍ୟୁରୋ : ସାରା ଦେଶରେ ନିର୍ବାଚନ ମାହୋଲ । କହିବାକୁ ଗଲେ ଆଗାମୀ ନିର୍ବାଚନ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି ପହଂଚିଛି । ମିଳିଥିବା ସୂଚନା ଅନୁସାରେ , ବିଭିନ୍ନ ବୁଥରେ ପୋଲିଂ ପାର୍ଟି ପହଂଚିବା ମଧ୍ୟ ଆରମ୍ଭ କରିଦେଲେଣି । ତେବେ ଏହାରି ମଧ୍ୟରେ , ମତଦାନ କାର୍ଯ୍ୟ ସଂପନ୍ନ କରିବା ଉଦ୍ଦେଶ୍ୟରେ ଏକ ପୋଲିଂ ଟିମ୍ ଆଜି ଅପରାହ୍ଣରେ ଯାଇ ପହଞ୍ଚିଛନ୍ତି ବିଶ୍ୱର ସର୍ବୋଚ୍ଚ ମତଦାନ କେନ୍ଦ୍ରରେ।

ସମ୍ବାଦ ସରବରାହ ସଂସ୍ଥା ‘ଏଏନ୍ଆଇ’ ସୂତ୍ରରୁ ହସ୍ତଗତ ହୋଇଥିବା ରିପୋର୍ଟର ବିବରଣୀରୁ ପ୍ରକାଶ, ରବିବାର ଦିନ ଅନୁଷ୍ଠିତ ହେବାକୁ ଥିବା ମତଦାନରେ ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ସଂସଦୀୟ କ୍ଷେତ୍ର ପାଇଁ ମତ ଗ୍ରହଣ କରାଯିବ। ମଣ୍ଡି ଲୋକସଭା ସଂସଦୀୟ କ୍ଷେତ୍ର ମଧ୍ୟରେ ରହିଥିବା ଗୋଟିଏ ମତଦାନ କେନ୍ଦ୍ର ବା ବୁଥ୍ ହେଉଛି ତାଶିଗଞ୍ଜ ଅଞ୍ଚଳରେ ଥିବା ଲାହାଉଲ୍- ସ୍ପିତିରେ। ତାଶିଗଞ୍ଜର ଏହି ଲାହାଉଲ୍- ସ୍ପିତି ମତଦାନ କେନ୍ଦ୍ରଟିର ଅବସ୍ଥିତି ହେଉଛି ସମୁଦ୍ର ପତନ ଠାରୁ ୧୫ ହଜାର ୨୫୬ ଫୁଟ ଉଚ୍ଚତାରେ। ଏବଂ ଏହି ମତଦାନ କେନ୍ଦ୍ରଟି ସମଗ୍ର ବିଶ୍ୱର ସବୁଠାରୁ ଉଚ୍ଚତମ ମତଦାନ କେନ୍ଦ୍ର ବା ବୁଥ୍ ଭାବେ ପରିଗଣିତ ହୁଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe