ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ କୋଭିଡ୍ ପଜିଟିଭ୍ । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାକ୍ଷାତ ପୂର୍ବରୁ ପଜିଟିଭ୍ ଚିହ୍ନଟ ।

198

କନକ ବ୍ୟୁରୋ: ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ସୁଖୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାକ୍ଷାତ କରିବାର ଥିଲା, ହେଲେ ଏହା ପୂର୍ବରୁ ତାଙ୍କର କୋଭିଡ୍ ଟେଷ୍ଟ କରାଯାଇଥିଲା । ଯେଉଁଥିରେ ସେ କରୋନା ପଜିଟିଭ୍ ଥିବା ଜଣାପଡିଛି ।

କୁହାଯାଉଛି ସୁଖୁ ଗଳାରେ କିଛି ଦିନ ହେଲା ଖରାପ ଅନୁଭବ କରୁଥିଲେ । ୧୮ ଡିସେମ୍ବରରେ ତାଙ୍କର ସାମ୍ପୁଲ ନିଆଯାଇଥିଲା । ସୋମବାର ଏହାର ରିପୋର୍ଟ ଆସିବା ସହ ମୁଖ୍ୟମନ୍ତ୍ରୀ କୋଭିଡ୍ ପଜିଟିଭ୍ ଥିବା ଜଣାପଡିଛି । ବର୍ତ୍ତମାନ ପାଇଁ ମୁଖ୍ୟମନ୍ତ୍ରୀ ସୁଖୁ ତିନି ଦିନ ପର୍ଯ୍ୟନ୍ତ ଦିଲ୍ଲୀର ହିମାଚଳ ଭବନରେ କ୍ୱାରେଣ୍ଟିନରେ ରହିବେ ।

ମୁଖ୍ୟମନ୍ତ୍ରୀ ସୁଖୁ ରାଜସ୍ଥାନରେ ଚାଲିଥିବା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରାରେ ମଧ୍ୟ ସାମିଲ ହେଇଥିଲେ । ଏହାପରେ ସେ ଦିଲ୍ଲୀ ଫେରି ଆସିଥିଲେ । ସୋମବାର ହିମାଚଳର ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବାର ଥିଲା । ଏଥିପାଇଁ ସେ ପିଏମଓକୁ ସମୟ ମଧ୍ୟ ମାଗିଥିଲେ । ହେଲେ ଏବେ ସେ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ହିମାଚଳ ପ୍ରଦେଶରେ କଂଗ୍ରେସ କମବ୍ୟାକ୍ କରିବା ସହ ରାଜ୍ୟର ୧୫ ତମ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ସୁଖବିନ୍ଦର ସିଂହ ସୁଖୁ ।