କନକ ବ୍ୟୁରୋ : ହିମାଚଳପ୍ରଦେଶରେ ଗୃହମନ୍ତ୍ରୀ ଅମିତ ଶାହା ଜନସଭାକୁ ସମ୍ବୋଧିତ କରିଛନ୍ତି । ସିରମୋରରେ ଆୟୋଜିତ ରାଲିରେ ଯୋଗ ଦେଇ କଂଗ୍ରେସକୁ ସିଧାସଳଖ ଟାର୍ଗେଟ କରିଛନ୍ତି ଶାହା । ୫୫ବର୍ଷ ଧରି ହିମାଚଳର ଜନଜାତି ହାଟି ସମୁଦାୟ ଉପରେ ଅତ୍ୟାଚାର ଓ ଅନ୍ୟାୟ କରିଛି କଂଗ୍ରେସ । ତେବେ ବିଜେପି ସରକାର ଆସିବା ପରେ ସମୁଦାୟ ଉପରେ ଅତ୍ୟାଚାର ଶେଷ ହୋଇଥିଲା । ଶାହା କହିଛନ୍ତି କଂଗ୍ରେସର କାମ କେବଳ ଆଉ କେବଳ ନିଆଁ ଲଗାଇବା, ବିବାଦ କରିବା । ବର୍ତମାନ ରାଜାରାଣୀଙ୍କ ସମୟ ଚାଲିଯାଇଛି ଓ ଲୋକତନ୍ତ୍ରରେ ସମୟ ଆସିଛି ।
ଆଗକୁ ଆସୁଛି ବିଧାନସଭା ନିର୍ବାଚନ ଏହା ପୂର୍ବରୁ ବିଜେପି ସରକାର ପ୍ରଚାର ପାଇଁ ଏକ ଥିମ ସଙ୍ଗ ମଧ୍ୟ ରିଲିଜ କରିଛନ୍ତି । ଯାହାର ନାଁ ଦିଆଯାଇଛି ହିମାଚଳ କି ପୁକାର,ଭାଜପା ସରକାର । ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଘୋଷଣା ହୋଇଛି ତାରିଖ । ନଭେମ୍ବର ୧୨ରେ ପଡିବ ଭୋଟ, ଡିସେମ୍ବର ୮ରେ ବାହାରିବ ଫଳାଫଳ । ନିର୍ବାଚନ ତାରିଖ ଘୋଷଣା ସହ ହିମାଚଳରେ ପହଁଚୁଛନ୍ତି ବିଭିନ୍ନ ଦଳର ଷ୍ଟାର ପ୍ରଚାରକ । ଶୁକ୍ରବାର କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ସୋଲାନରେ ପହିଁଥିିଲେ ଓ ଶନିବାର ଗୃହମନ୍ତ୍ରୀ ଅମିତ ଶାହା ପହଁଚିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/7-14.jpg)