ହିମାଙ୍କ ପଞ୍ଚମ ସ୍ୱର୍ଣ୍ଣପଦକ ! ୪୦୦ ମିଟର ଦୌଡରେ ପ୍ରଥମ ସ୍ଥାନରେ ଆସି ପୁଣି ସ୍ୱର୍ଣ୍ଣପଦକ ଜିତିଲେ ଭାରତର ସୁନାଝିଅ ହିମା ଦାସ ।

101

ଭାରତର ସୁନାଝିଅ ତଥା ଦ୍ରୁତ ଧାବିକା ହିମା ଦାସ ଶନିବାର ପୁଣିଥରେ ଭାରତ ପାଇଁ ଏକ ସ୍ୱର୍ଣ୍ଣପଦକ ଜିତିଛନ୍ତି । ହିମା ଚେକଗଣରାଜ୍ୟରେ ନବମ ମେଷ୍ଟୋ ନାଡ୍ ମେଟଜୀ ଗ୍ରା ପ୍ରିରେ ମହିଳା ୪୦୦ ମିଟର ରେସ୍ ରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି । ଯାହାର ସୂଚନା ସେ ନିଜ ଟ୍ୱିଟର ଆକାଉଣ୍ଟ୍ ରେ ଏକ ଫଟୋ ସେୟାର୍ କରି ଦେଇଥିଲେ । ଏହି ଫଟୋ ସହ ହିମା ଲେଖିଥିଲେ , ଆଜି (ଶନିବାର) ଚେକଗଣରାଜ୍ୟରେ ୪୦୦ ମିଟର ରେସ୍ ରେ ପ୍ରଥମ ସ୍ଥାନ ଗ୍ରହଣ କରିଛି । ପ୍ରଥମ ସ୍ଥାନରେ ଆସିବା ପାଇଁ ହିମାଙ୍କୁ ୫୨.୦୯ ସେକେଣ୍ଡ ସମୟ ଲାଗିଥିଲା । ଚଳିତ ମାସରେ ହିମାଙ୍କ ଏହା ହେଉଛି ପଞ୍ଚମ ସ୍ୱର୍ଣ୍ଣପଦକ । ଏହା ପୂର୍ବରୁ ସେ ଜୁଲାଇ ୨ ତାରିଖରେ ୟୁରୋପ , ଜୁଲାଇ ୭ ରେ କୁଣ୍ଟୋ ଆଥେଲେଟିକ୍ସରେ , ଜୁଲାଇ ୧୩ ରେ ଚେକଗଣରାଜ୍ୟରେ ଏବଂ ଜୁଲାଇ ୧୭ ରେ ଟାବୋର ଗ୍ରା ପ୍ରିରେ ବିଭିନ୍ନ ରେସରେ ହିମା ସ୍ୱର୍ଣ୍ଣପଦକ ଜିତି ସାରିଛନ୍ତି ।

ଦ୍ୱିତୀୟ ସ୍ଥାନରେ ମଧ୍ୟ ରହିଛି ଜଣେ ଭାରତୀୟଙ୍କ ନାଁ :

ଦ୍ୱିତୀୟ ସ୍ଥାନରେ ମଧ୍ୟ ଭାରତର ବିକେ ବିସ୍ମୟା ରହିଛନ୍ତି । ବିକେ ବିସ୍ମୟା ହିମାଙ୍କଠାରୁ ୫୩ ସେକେଣ୍ଡ ପଛରେ ରହି ଦ୍ୱିତୀୟ ସ୍ଥାନରେ ରହିଥିଲେ । ବିସ୍ମୟାଙ୍କୁ ଲକ୍ଷ୍ୟ ପୂରଣ କରିବାକୁ ୫୨.୪୮ ସେକେଣ୍ଡ ସମୟ ଲାଗିଥିଲା । ୫୩.୨୮ ସେକେଣ୍ଡ ସମୟ ନେଇ ସରିତା ବେନ୍ ଗାୟକବାଡ୍ ତୃତୀୟ ସ୍ଥାନରେ ଥିଲେ ।