ଖେଳ ଦୁନିଆରୁ ପୋଲିସ ଅଫିସର : ଆସାମର ଡିଏସପି ଭାବେ ନିଯୁକ୍ତି ପାଇଲେ ହିମା ଦାସ

152

କନକ ବ୍ୟୁରୋ : ଖେଳ ଦୁନିଆରୁ ପୋଲିସ ଅଫିସର । ଆସାମ ପୁଲିସ ବିଭାଗରେ ଡିଏସ୍‌ପି ପଦରେ ନିଯୁକ୍ତି ପାଇଛନ୍ତି ଭାରତର ସୁନାଝିଅ ତଥା ଦ୍ରୁତ ଧାବିକା ହିମା ଦାସ । ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ୍‌ ଶୁକ୍ରବାର ହିମାଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଥିଲେ । ଏହି ଅବସରରେ ଆସାମ ପୁଲିସ ବିଭାଗର ମହାନିର୍ଦେଶକ ତଥା ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ । ୨୧ ବର୍ଷୀୟ ହିମା ନିଜ ପ୍ରତିକ୍ରିୟାରେ କହିଛନ୍ତି,”ଛୋଟବେଳୁ ପୋଲିସ୍ ହେବାର ସ୍ୱପ୍ନ ଦେଖିଥିଲି। ମୁଁ ଯେଉଁ ସ୍ବପ୍ନ ଦେଖିଥିଲା ତାହା ଆଜି ପୂରଣ ହେଇଛି ।” ସେ ଆହୁରି ମଧ୍ୟ କହିଛନ୍ତି, କ୍ରୀଡା ପାଇଁ ମୁଁ ସବୁକିଛି ପାଇଛି । ତେଣୁ ପୋଲିସ ବିଭାଗରେ କାର୍ଯ୍ୟ କରିବା ସହିତ ପୂର୍ବପରି ଖେଳରେ ଅଧିକରୁ ଅଧିକ ଭଲ ପ୍ରଦର୍ଶନ କରିବା ପାଇଁ ତାଙ୍କର ଚେଷ୍ଟା ଜାରି ରହିବ । ଏଥି ସହିତ ରାଜ୍ୟର ଉନ୍ନତି ଦିଗରେ ବି କାର୍ଯ୍ୟ କରିବି ।

ହିମା କ୍ରୀଡା କ୍ଷେତ୍ରରେ ବହୁ ସୁନାମ ଅର୍ଜନ କରିଛନ୍ତି । ସେ ତାମ୍ପେରେଠାରେ ଅନୁଷ୍ଠିତ ୨୦୧୮ ଆଇଏଏଏଫ୍ ୨୦ ବର୍ଷରୁ କମ୍ ବିଶ୍ୱ ପ୍ରତିଯୋଗିତାର ୨୦୧୮ ଆଇଏଏଏଫ୍ ୨୦ ବର୍ଷରୁ କମ୍ ବିଶ୍ୱ ପ୍ରତିଯୋଗିତା – ମହିଳା ୪୦୦, ମିଟର୍ ବିଭାଗରେ ୫୧.୪୬ ସେକେଣ୍ଡ୍ ସମୟ ନେଇ ସ୍ୱର୍ଣ୍ଣ ପଦକ ଜିତିଥିଲେ । ସେ ଶେଷ୍ଠ ୮୦ ମିଟର‌ରେ ୩ ଜଣ ପ୍ରତିଦ୍ୱନ୍ଦୀଙ୍କୁ ଅତିକ୍ରମ କରି ସ୍ୱର୍ଣ୍ଣ ପଦକ ଜିତିବା ସ‌ହ ଇତିହାସ ସୃଷ୍ଟି କରିଥିଲେ ।