ସଂଘର୍ଷରୁ ସଫଳତା ! ଦିନେ ଜୋତା କିଣିବା ପାଇଁ ପାଖରେ ନଥିଲା ଟଙ୍କା ,ଆଜି ବ୍ରାଣ୍ଡେଣ୍ଡ୍ ଜୋତାରେ ଲେଖାହେଲା ନାଁ ।

ସଂଘର୍ଷରୁ ସଫଳତା ! ଦିନେ ଜୋତା କିଣିବା ପାଇଁ ପାଖରେ ନଥିଲା ଟଙ୍କା ,ଆଜି ବ୍ରାଣ୍ଡେଣ୍ଡ୍ ଜୋତାରେ ଲେଖାହେଲା ନାଁ ।

Sakshi Post

ଆସାମର ୧୮ ବର୍ଷୀୟା ଝିଅ ଆଇ.ଏ.ଏ.ଏଫ ବିଶ୍ୱ ୨୦ ବର୍ଷରୁ କମ ଦୌଡକୁଦ ପ୍ରତିଯୋଗିତାର ୪ଶହ ମିଟରରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଥିଲେ। ପ୍ରଥମ ଭାରତୀୟ ଭାବେ ଫିନଲାଣ୍ଡର ଟାମ୍ପେର ଠାରେ ଆୟୋଜିତ ଦୌଡକୁଦ ପ୍ରତିଯୋଗିତାର ଯୋଗ୍ୟତା ପର‌୍ୟ୍ୟାୟର ଦ୍ରୁତତମ ଧାବିକା ଭାବେ ହିମା ଦାସ ଫାଇନାଲକୁ ଯାଇଥିଲେ ଏବଂ ସେ ଅଧିକ ଚର୍ଚ୍ଚିତ ହୋଇଥିଲେ ସେତେବେଳେ ଯେବେ ମେଡାଲ୍ ପାଇବା ପରେ ଷ୍ଟାଡିୟମରେ ଜାତୀୟ ସଙ୍ଗୀତ ଶୁଣି ଭାବବିହ୍ୱଳ ହୋଇ ତାଙ୍କ ଆଖିରୁ ଲୁହ ବାହାରି ଆସିଥିଲା ।

ପରମୁହୂର୍ତ୍ତରେ ‘ଦୌଡ ପରି’ ଭାବେ ଚର୍ଚ୍ଚିତ ହୋଇଥିବା ଏହି ଧାବିକାଙ୍କ ଜୀବନ ଥିଲା ଖୁବ୍ ସଂଘର୍ଷମୟ । ଦିନେ ଏହି ଝିଅ ଭଲ ଜୋତା ନଥିବା କାରଣରୁ ନିରାଶ ହୋଇଥିଲେ କିନ୍ତୁ ଅଭ୍ୟାସରେ ପଛଘୁଞ୍ଚା ଦେଇନଥିଲେ । ସେହି ଝିଅର ନାଁ ଆଜି ବ୍ରାଣ୍ଡେଡ୍ ଜୋତା କମ୍ପାନୀ ଆଡିଦାସ୍ ର ବୁଟ୍ ଲେଖାଯାଇଛି । ତେବେ ଚଳିତ ବର୍ଷ ହିମା ଦାସ ଅର୍ଜ୍ଜୁନ ପୁରଷ୍କାର ପାଇଁ ମନୋନୀତ ହୋଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe