ଆସାମର ୧୮ ବର୍ଷୀୟା ଝିଅ ଆଇ.ଏ.ଏ.ଏଫ ବିଶ୍ୱ ୨୦ ବର୍ଷରୁ କମ ଦୌଡକୁଦ ପ୍ରତିଯୋଗିତାର ୪ଶହ ମିଟରରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଥିଲେ। ପ୍ରଥମ ଭାରତୀୟ ଭାବେ ଫିନଲାଣ୍ଡର ଟାମ୍ପେର ଠାରେ ଆୟୋଜିତ ଦୌଡକୁଦ ପ୍ରତିଯୋଗିତାର ଯୋଗ୍ୟତା ପର୍ୟ୍ୟାୟର ଦ୍ରୁତତମ ଧାବିକା ଭାବେ ହିମା ଦାସ ଫାଇନାଲକୁ ଯାଇଥିଲେ ଏବଂ ସେ ଅଧିକ ଚର୍ଚ୍ଚିତ ହୋଇଥିଲେ ସେତେବେଳେ ଯେବେ ମେଡାଲ୍ ପାଇବା ପରେ ଷ୍ଟାଡିୟମରେ ଜାତୀୟ ସଙ୍ଗୀତ ଶୁଣି ଭାବବିହ୍ୱଳ ହୋଇ ତାଙ୍କ ଆଖିରୁ ଲୁହ ବାହାରି ଆସିଥିଲା ।
It's been a long but exciting day. Thrilled to have come on board the @adidas family. I'm #heretocreate. pic.twitter.com/SoCzXQTvz5
— Hima Das (@HimaDas8) September 18, 2018
ପରମୁହୂର୍ତ୍ତରେ ‘ଦୌଡ ପରି’ ଭାବେ ଚର୍ଚ୍ଚିତ ହୋଇଥିବା ଏହି ଧାବିକାଙ୍କ ଜୀବନ ଥିଲା ଖୁବ୍ ସଂଘର୍ଷମୟ । ଦିନେ ଏହି ଝିଅ ଭଲ ଜୋତା ନଥିବା କାରଣରୁ ନିରାଶ ହୋଇଥିଲେ କିନ୍ତୁ ଅଭ୍ୟାସରେ ପଛଘୁଞ୍ଚା ଦେଇନଥିଲେ । ସେହି ଝିଅର ନାଁ ଆଜି ବ୍ରାଣ୍ଡେଡ୍ ଜୋତା କମ୍ପାନୀ ଆଡିଦାସ୍ ର ବୁଟ୍ ଲେଖାଯାଇଛି । ତେବେ ଚଳିତ ବର୍ଷ ହିମା ଦାସ ଅର୍ଜ୍ଜୁନ ପୁରଷ୍କାର ପାଇଁ ମନୋନୀତ ହୋଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/10/Hima_Das_sanjay_ahlawat.jpg)