କଫି ପିଇବାକୁ ଡାକି ସାଂସଦ କଲେ ଏଭଳି କାମ , ଜୀବନ ବିକଳରେ ଦୌଡି ପଳାଇଲେ ହିଲାରୀ କ୍ଲିଣ୍ଟନଙ୍କ ସହଯୋଗୀ

87

କନକ ବ୍ୟୁରୋ : ଆମେରିକାର ପୂର୍ବ ବିଦେଶମନ୍ତ୍ରୀ ହିଲାରୀ କ୍ଲିଣ୍ଟନଙ୍କ ସହଯୋଗୀ ହୁମା ଆବେଦିନ ଏବେ ଏକ ବଡ ଖୁଲାସା କରିଛନ୍ତି । ହୁମା ଅଭିଯୋଗ କରିଛନ୍ତି କି ଜଣେ ସାଂସଦ ତାଙ୍କୁ କଫି ପିଇିବାକୁ ଘରକୁ ଡାକି ତାଙ୍କ ବିନା ଅନୁମତିରେ ତାଙ୍କୁ ଚୁମ୍ବନ ଦେଇଥିଲେ । ହୁମା ଆବେଦିନ ଲେଖିଥିବା ଏକ ବହିରେ ତାଙ୍କ ସହିତ ଘଟିଥିବା ଏଭଳି ଅପ୍ରତ୍ୟାଶିତ ଘଟଣାକୁ ଉଲ୍ଲେଖ କରିଛନ୍ତି । ସେ ଏଭଳି କାମ କରିଥିବା ଆମେରିକା ସାଂସଦଙ୍କ ନାମ ଉଲ୍ଲେଖ କରି ନାହାଁନ୍ତି । କିନ୍ତୁ ଲେଖିଛନ୍ତି କି ଏଭଳି ଘଟଣା ପରେ ସାଂସଦ ଜଣଙ୍କ ତାଙ୍କୁ କ୍ଷମା ମାଗିଥିଲେ ।

‘ଗାର୍ଡିଅନ’ ର ରିପୋର୍ଟ ମୁତାବକ ହୁମା ଆବେଦୀନ ତାଙ୍କ ଲିଖିତ ପୁସ୍ତକ ଲାଇଫ ଇନ ମେନି ୱାଲ୍ଡର୍ସରେ ସେ ଜଣେ ଆମେରିକା ସାଂସଦଙ୍କ ଅସାମାଜିକ କାର୍ଯ୍ୟ ବାବଦରେ ଉଲ୍ଲେଖ କରିଛନ୍ତି । ସାଂସଦଙ୍କ ବ୍ୟବହାର ହୁମାଙ୍କୁ ଝଟକା ଲାଗିଥିଲା କାରଣ ସେ ସାଂସଦଙ୍କ ସହ ସହଜ ଅନୁଭବ କରିନଥିଲେ । ଏଭଳି ଘଟଣା ପରେ ତୁରନ୍ତ ହୁମା ସାଂସଦଙ୍କ ଘରୁ ବାହାରି ଆସିଥିଲେ । ଏହି ଘଟଣା ୨୦୦୦ ମସିହାରେ ଘଟିଥିଲା । ହୁମା ତାଙ୍କ ଲିଖିତ ପୁସ୍ତକରେ ଘଟଣା ବାବଦରେ ସମ୍ପୂର୍ଣ୍ଣ ଉଲ୍ଲେଖ କରିଥିଲେ ବି ସାଂସଦଙ୍କ ନାମ ଗୋପନ ରଖିଛନ୍ତି ।

କହିରଖୁ କି ଗୋଟିଏ ସମୟରେ ଆମେରିକାର ରାଷ୍ଟ୍ରପତି ପଦ ଆଶାୟୀ ଥିବା ହିଲେରୀ କ୍ଲିଣ୍ଟନ ହୁମାଙ୍କ ଉପରେ ଏତେ ଭରଶା କରୁଥିଲେ କି ହୁମାଙ୍କୁ ତାଙ୍କର ଦ୍ୱିତୀୟ କନ୍ୟା ବୋଲି କହୁଥିଲେ । ୪୫ ବର୍ଷିୟ ହୁମା ବି ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେବା ବେଳେ ଏହି ଘଟଣା ବାବଦରେ କହିଥିଲେ । ସେ କହିଥିଲେ କି ସାଂସଦ ଜଣଙ୍କ ତାଙ୍କୁ କଫି ପିଇବାକୁ ତାଙ୍କ ବାସଭବନକୁ ଡାକିଥିଲେ । କଫି ପିଉଥିବା ବେଳେ ହଠାତ ସାଂସଦ ଜଣଙ୍କ ତାଙ୍କୁ ଚୁମ୍ବନ ଦେଇଥିଲେ । ସେହି ସମୟର ଘଟଣାକୁ ମନେ ପକାଇ ହୁମା କହିଥିଲେ କି ମୋତେ ଜଣା ନଥିଲା ସାଂସଦ ଏଭଳି କରିବେ ।

ହୁମାର ଦୁଖର ସହ କହିଛନ୍ତି କି ସେତେବେଳେ ମୋତେ ଲାଗିଥିଲା କି ମୁଁ ଯୌନ ଶୋଷଣରେ ଶିକାର ହୋଇଛି । ଘଟଣା ପରେ ସାଂସଦ ଜଣଙ୍କ ହୁମାଙ୍କୁ ଅନେକଥର କ୍ଷମା ମାଗିଥିବା କଥା ସେ କହିଛନ୍ତି ।