କନକ ବ୍ୟୁରୋ: ମାଲକାନଗିରି ବଣ୍ଡାଘାଟିରେ ବର୍ଷା ବିତ୍ପାତ । ଲଗାଣ ବର୍ଷାରେ ଧସିଲା ପାହାଡ଼ । ଫଳରେ ଖଇରପୁଟ-ମୁଦୁଲିପଡାକୁ ଯୋଗାଯୋଗ ଠପ୍ ହୋଇପଡ଼ିଛି । ବଣ୍ଡାଘାଟିର ୨ଟି ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ପାହାଡ଼ରୁ ମାଟି ଅତଡ଼ା ଖସୁଥିବା ବେଳେ ଅଣ୍ଡାହଲ ଓ ମଦୁଲିପଡ଼ା ପଞ୍ଚାୟତବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଏପଟେ ପିପିଲି ଡେଲାଙ୍ଗ ହାଟସାହି ନିକଟରେ ନଦୀ ବନ୍ଧ ଭୁଷୁଡି ଯାଇଥିବା ବେଳେ ଭୟଭୀତ ହୋଇପଡିଛନ୍ତି ଲୋକେ । ଲୋକଙ୍କ ସୁରକ୍ଷା ନେଇ ତିଆରି କରାଯାଇଥିବା ବନ୍ଧ କାମ ନିମ୍ନମାନର ହୋଇଥିବାରୁ ଏହି ଘଟଣା ଘଟିଥିବା ଅଭିଯୋଗ ହୋଇଛି । ବର୍ଷା ଦିନ ଆସିଯାଇଥିବାରୁ ବନ୍ଧର ପୁଣିଥରେ ମରାମତି କରାଯାଇଥିଲା ହେଲେ ନଦୀର ବାଙ୍କାଣୀ ସ୍ଥାନରେ ବନ୍ଧ ସମ୍ପୂର୍ଣ୍ଣ ଭୁଷୁଡି ପଡିଥିଲା । ଅଭିଯୋଗ ପାଇବା ପରେ ସେହି ସ୍ଥାନେର କିଛି ବାଉଁଶ ବଲ୍ଲା ଓ ବାଲି ଅଖା ପକାଇ କାମ ସରିଦିଆଯାଇଛି । ଯାହାକୁ ନେଇ ନଦୀକୂଳିଆ ଲୋକେ ଭୟଭୀତ ହେବା ସହ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/07/11-14.jpg)