କମେଡି କିଙ୍ଗ କପିଲଙ୍କ କାହାଣୀ ପଢିବେ ଛାତଛାତ୍ରୀ । ଇନଷ୍ଟାଗ୍ରାମରୁ ମିଳିଲା ସଂକେତ ।

238

କନକ ବ୍ୟୁରୋ: ସ୍ୱାଧୀନତା ସଂଗ୍ରାମୀ, ସାହସିକ କାହାଣୀ ସହ ଏଣିକି ପିଲାମାନେ କମେଡି କିଙ୍ଗ କପିଲ ଶର୍ମାଙ୍କ ବାବଦରେ ପଢିବାକୁ ପାଇବେ । କାରଣ ଚତୁର୍ଥ ଶ୍ରେଣୀର ପିଲାଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ପାଠ୍ୟପୁସ୍ତକରେ କପିଲ ଶର୍ମାଙ୍କ ବାବଦରେ ଉଲ୍ଲେଖ କରାଯାଇଛି । ନିଜେ କପିଲ ଏ ବାବଦରେ ଖୁଲାସା କରିଛନ୍ତି । କପିଲ ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ସେୟାର କରିଥିବା ଫଟୋରୁ ଜଣାପଡୁଛି ଯେ କପିଲଙ୍କ ବାବଦରେ ଲେଖାଯାଇଥିବା ଆଲେଖ୍ୟର ଶୀର୍ଷକ ଦି କମେଡି କିଙ୍ଗ କପିଲ ଶର୍ମା ରହିଛି ।

କପିଲଙ୍କ ପିଲାଦିନର କାହାଣୀ ସହ ତାଙ୍କ ସଂଘର୍ଷମୟ ଯାତ୍ରା ବାବଦରେ ଉଲ୍ଲେଖ କରାଯାଇଛି । କପିଳଙ୍କ ସହ ନବଜ୍ୟୋତ୍ ସିଂହ ସିଧୁ ଓ ତାଙ୍କର ଏକ ଫିଲ୍ମ କିସ କିସ କୋ ପ୍ୟାରା କରୁଁ ର ଫଟୋ ବି ଦେଖିବାକୁ ମିଳିଛି ।  ସୂଚନା ଥାଉ କି କପିଲ ତାଙ୍କ ଜୀବନରେ କଠିନ ପରିଶ୍ରମ କରିଛନ୍ତି । ପିତାଙ୍କ ମୃତ୍ୟୁ ପରେ ବହୁତ କଷ୍ଟରେ ସେ ଜୀବନ ଜିଇଁଛନ୍ତି । ସେ ଏହି କଥା ପୂର୍ବରୁ ଅନେକ ଥର ଉଲ୍ଲେଖ କରିଛନ୍ତି। ଟିଭିରେ ବହୁ ସଂଘର୍ଷ ପରେ ସେ ସୁନାମ ଅର୍ଜନ କରିଥିଲେ ଏବଂ ଷ୍ଟାଣ୍ଡ ଅପ୍ କମେଡିରୁ ତାଙ୍କ କ୍ୟାରିଅର୍ ଆରମ୍ଭ ହୋଇଥିଲା ।

କପିଲ ଦୁନିଆର ପ୍ରାୟ ସବୁ ବଡ ସହରରେ ନିଜର ସୋ କରିଛନ୍ତି, ଯେଉଁଥିପାଇଁ ସେ ବହୁତ ଚାର୍ଜ ମଧ୍ୟ ନିଅନ୍ତି । ଆଜି ବଲିଉଡର ସେଲିବ୍ରିଟିମାନେ ତାଙ୍କ ଶୋ’କୁ ଯାଇ ସେମାନଙ୍କ ଚଳଚ୍ଚିତ୍ରର ପ୍ରମୋସନ କରନ୍ତି। କପିଲ ଶର୍ମାଙ୍କ ପ୍ରସିଦ୍ଧ ଟିଭି ସୋ ‘ଦି କପିଲ ଶର୍ମା ସୋ’ ଚଳିତ ବର୍ଷ ଫେବୃଆରୀରୁ ବନ୍ଦ ହୋଇଯାଇଥିଲା। ଶୋ ବନ୍ଦ ହେବା ପରେ ଦର୍ଶକ ଏବଂ ପ୍ରଶଂସକମାନେ ନିରାଶ ହୋଇଥିଲେ ଜ୍ଝ ଆସନ୍ତା ମାସରୁ ଏହି ଶୋ ଆରମ୍ଭ ହେବ ବୋଲି ସ୍ଥିର ହୋଇଛି।