ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଓ ତାଙ୍କ ପତ୍ନୀ ସାକ୍ଷୀ ଧୋନୀଙ୍କର ଏକ ଭିଡିଓ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏକ ହୋଟେଲ ରୁମରେ ସାକ୍ଷୀ ଭିଡିଓ ରେକର୍ଡ କରୁଥିବା ବେଳେ ଧୋନୀ କହୁଛନ୍ତି, ସାକ୍ଷୀ ଏଭଳି ଭିଡିଓ ନିଜର ଇନଷ୍ଟାଗ୍ରାମ ଫଲୋୟର୍ସ ସଂଖ୍ୟା ବଢ଼ାଇବା ପାଇଁ କରୁଛନ୍ତି। ଏହାର ଉତ୍ତର ରଖି ସାକ୍ଷୀ କହୁଛନ୍ତି, ତୁମ ଫଲୋୟର୍ସ ମୋତେ ବି ଟିକେ ଭଲ ପାଆନ୍ତୁ ବୋଲି ମୁଁ ଏସବୁ କରୁଛି। ମୋ ସୋସିଆଲ ମିଡିଆ ଆକାଉଣ୍ଟରେ ମଧ୍ୟ ମୋତେ ମୋ ଫଲୋୟର୍ସ ତୁମ ବିଷୟରେ ପଚାରୁଛନ୍ତି।
.@msdhoni : Dekho aapne Instagram ke followers badhne ke liye, ye sab kar rahe hai... @SaakshiSRawat : All your followers love me also no..
Check out the hilarious convo here!🤣#Dhoni#Sakshi#MahiWay ❤️😇 pic.twitter.com/B0VNZ4mUOH
— MS Dhoni Fans Official (@msdfansofficial) January 30, 2020
ଦୁହିଁଙ୍କର ଏଭଳି ଭିଡିଓ ଧୋନୀଙ୍କର ଫ୍ୟାନ୍ ପେଜରେ ଟୁଇଟ୍ କରାଯିବା ପରେ ଏବେ ତାହା ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦୁହିଁଙ୍କ ବ୍ୟତୀତ ସେମାନଙ୍କର କିଛି ସାଙ୍ଗ ମଧ୍ୟ ଥିବା ଦେଖାଯାଇଛି। ତେବେ ଏହା ପ୍ରଥମ ନୁହେଁ, ଏହା ପୂର୍ବରୁ ଧୋନୀଙ୍କର ଅନେକ ଭିଡିଓ ରେକର୍ଡ କରିସାରିଛନ୍ତି ସାକ୍ଷୀ। କେବଳ ସ୍ୱାମୀଙ୍କର ନୁହେଁ, ବରଂ ଝିଅ ଜିଭାର ମଧ୍ୟ ଅନେକ ଭିଡିଓ ରେକର୍ଡ କରି ସେ ସୋସିଆଲ ମିଡିଆରେ ସେୟାର କରିସାରିଛନ୍ତି, ଯାହା ଭାଇରାଲ ହୋଇସାରିଛି।
ଏହା ପୂର୍ବରୁ ଜାନୁଆରି ୧୨ରେ ପତ୍ନୀ ଓ ଝିଅ ସହ ଛୁଟି କଟାଇବା ପାଇଁ ଡେରାଡୁନ ପହଞ୍ଚିଥିଲେ ମହେନ୍ଦ୍ର ସିଂହ ଧୋନୀ। ଏହି ସମୟରେ ଧୋନୀ ପରିବାର ସହ ବରଫର ମଜା ନେଉଥିବାର ଦେଖାଯାଇଥିଲା। ଏହି ସମୟର ଏକ ଭିଡିଓ ମଧ୍ୟ ଖୁବ୍ ଭାଇରାଲ ହୋଇଥିଲା।