ହୁ ହୁ ହୋଇ ବଢୁଛି ତେଲ ଦର । ୮୦ ଟଙ୍କା ଉପରେ ପେଟ୍ରୋଲ, ୭୮ ଟଙ୍କା ଟପିଲା ଡିଜେଲ । ଗତ ୨୦ ଦିନ ଭିତରେ ଲିଟର ପିଛା ବଢ଼ିଛି ପ୍ରାୟ ୧୦ ଟଙ୍କା ।
କନକ ବ୍ୟୁରୋ : ତେଲ ଦର ଉପରେ ଆଉ ଲଗାମ ନାହିଁ । ରାତି ପାହିଲେ ମୂଲ୍ୟ ବଢୁଛି । ଗତ ୨୦ ଦିନ ଭିତରେ ପେଟ୍ରୋଲ ଲିଟର ପିଛା ପାଖାପାଖି ୧୦ ଟଙ୍କା ଏବଂ ଡିଜେଲ ଦର ୧୧ଟଙ୍କା ବୃଦ୍ଧି ପାଇଲାଣି ।
ପେଟ୍ରୋଲରେ ଲାଗିଛି ନିଆଁ । ଦର ବଢି ବଢି ଚାଲିଛି । ଜୁନ ୭ତାରିଖରୁ ୨୭ ତାରିଖ ଅର୍ଥାତ ୨୦ ଦିନ ମଧ୍ୟରେ ପେଟ୍ରୋଲ ଦର ଲିଟର ପିଛା ୯ଟଙ୍କା ୨୫ପଇସା ଏବଂ ଡିଜେଲ ଦର ୧୦ଟଙ୍କା ୮୫ ପଇସା ବୃଦ୍ଧି ପାଇଛି । ତେବେ ଦର ବୃଦ୍ଧି ନେଇ ଯୁକ୍ତି ହେଉଛି, ଡଲାର ତୁଳନାରେ ଟଙ୍କାର ଦୁର୍ବଳ ହେବା, ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳଦର ବୃଦ୍ଧି ଏବଂ ଡେଲିପ୍ରାଇସ ମେକାନିଜିମ ଅନୁଯାୟୀ ତୈଳ ଦର ବୃଦ୍ଧି ହେଉଛି । ତୈଳ ଦର ବଢିବାର ବଡ କାରଣ ହେଲା ରାଜ୍ୟ ସରକାରଙ୍କ ଭାଟ ଏବଂ କେନ୍ଦ୍ର ସରକାରଙ୍କ ଏକସାଇଜ ଡ୍ୟୁଟି । ଏବେ ତୈଳ ଦର କମାଇବାର ଏକ ମାତ୍ର ବିକଳ୍ପ ହେଉଛି କେନ୍ଦ୍ର ସରକାର ଏକସାଇଜ ଡ୍ୟୁଟି ଏବଂ ରାଜ୍ୟ ସରକାର ଭାଟ ବାବଦରେ ଟିକସ କମାଇବା ।
କୋରାପୁଟରେ ଏବେ ପେଟ୍ରୋଲ ଲିଟର ପିଛା ୮୪ଟଙ୍କା ୫୬ ପଇସା ଏବଂ ଡିଜେଲ ୮୨ଟଙ୍କା ୦୬ ପଇସା ରହିଛି । ଦର ଅଧିକ ରହିବାର କାରଣ ହେଲା, ଡିପୋରୁ କୋରାପୁଟକୁ ଦୂରତା । ପାରାଦ୍ୱୀପ ବା ଜଟଣୀରେ ଥିବା ତେଲ ଡିପୋରୁ କୋରାପୁଟ ଅବା ସୀମାନ୍ତ ଅଂଚଳକୁ ପରିବହନ ଖର୍ଚ୍ଚ ଅଧିକ ପଡୁଛି । ତେଣୁ ଏଠାରେ ଦର ଅଧିକ ରହୁଥିବା ଜଣାପଡିଛି ।
ନଜର ପକାନ୍ତୁ ୨୦ ଦିନ ମଧ୍ୟରେ କେମିତି ବଢିଛି ପେଟ୍ରୋଲ ଏବଂ ଡିଜେଲ ଦର ।
ତାରିଖ ପେଟ୍ରୋଲ ଦର ଡିଜେଲ ଦର
ଜୁନ ୬ ୭୧.୬୯ ୬୭.୭୦
ଜୁନ ୮ ୭୨.୯୨ ୬୮.୯୦
ଜୁନ ୧୦ ୭୩.୮୮ ୬୯.୯୨
ଜୁନ ୧୧ ୭୪.୪୮ ୭୦.୫୧
ଜୁନ ୧୩ ୭୫.୬୬ ୭୧.୬୬
ଜୁନ ୧୫ ୭୬.୭୭ ୭୨.୮୭
ଜୁନ ୧୭ ୭୭.୮୦ ୭୩. ୪୩
ଜୁନ ୨୦ ୭୯.୪୩ ୭୫.୮୭
ଜୁନ ୨୭ ୮୦.୯୪ ୭୮.୫୫
ଏବେ ଦେଖିବା ଏକ ଲିଟର ପେଟ୍ରୋଲ ପାଇଁ ଗ୍ରାହକ ଯେଉଁ ଟଙ୍କା ଗଣୁଛନ୍ତି, ସେଥିମଧ୍ୟରୁ କାହା ପକେଟକୁ ଯାଉଛି କେତେ
ପେଟ୍ରୋଲ ଲିଟର ୮୦ଟଙ୍କା ୯୪ ପଇସା
ମୁୁଳ ମୁଲ୍ୟ ଅର୍ଥାତ ତେଲ ବିଶୋଧିତ ହେବା ପରର ଦର ୨୫ଟଙ୍କା ୮୫ ପଇସା
କେନ୍ଦ୍ରର ଏକସାଇଜ୍ ଡ୍ୟୁଟି ୩୨ଟଙ୍କା ୯୮ ପଇସା
ରାଜ୍ୟ ଭାଟ୍ ୧୮ ଟଙ୍କା ୮୨ ପଇସା
ଲିଟର ପିଛା ଡିଲର ଲାଭ ୩ଟଙ୍କା ୨୯ ପଇସା
Comments are closed.