ଡ୍ରାଇଭରଙ୍କ ମୁହଁରେ କାର ଅପହରଣର କାହାଣୀ : କେମିତି ଗାଡିକୁ ବଞ୍ଚାଇବା ସହ, ଡକାୟଙ୍କୁ ପୋଲିସ ହାତରେ ଧରାଇଲେ ହାଇଜାକ୍ ହୋଇଥିବା ଇନୋଭା ଡ୍ରାଇଭର୍ ?

1,161

କନକ ବ୍ୟୁରୋ : ଡ୍ରାଇଭରଙ୍କ ମୁହଁରେ କାର ଅପହରଣ କାହାଣୀ । କନକ ନ୍ୟୁଜ ଆଗରେ ମୁହଁ ଖୋଲି ଅପହରଣର ପୁରା କାହାଣୀ କହିଛନ୍ତି । ବରମୁଣ୍ଡାରେ ରାତି ୪ଟା ଗାଡି ଲଗାଇଥିଲେ । ଅପହରଣକାରୀ ତାଙ୍କୁ ବଲାଙ୍ଗୀର କହି ବୌଦ୍ଧ ନେଇଥିଲେ । ନୟାଗଡରୁ ଆଉ ଏକ ପିକଅପ ଭ୍ୟାନଯାଇଥିଲା । ଗାଡି ଭିତରେ ଖଣ୍ଡା ଓ ହତିଆର ଥିଲା ।  ଅପହରଣକାରୀ ଗାଡି ଭିତରେ କୌଣସି ଆଲୋଚନା କରିନଥିବା ଡ୍ରାଇଭର କହିଛନ୍ତି ।

ସେପଟେ କେମିତ ହେଇଥିଲା ଅପହରଣ ଉଦ୍ୟମ ଓ ପୋଲିସ ଏହାକୁ କିଭଳି ଧରିଥିଲା ସେ ନେଇ ତଥ୍ୟ ଦେଇଛନ୍ତି ବୌଦ୍ଧ ଏସପି । କନକ ନ୍ୟୁଜକୁ ବୌଦ୍ଧ ଏସପି ଭି. ରଘୁନାଥ ରାଓ କହିଛନ୍ତି, ଗିରଫ ୮ ଜଣଙ୍କ ନାଁରେ ଖୋର୍ଧା ଓ ନୟାଗଡ ଜିଲ୍ଲାରେ ବିଭିନ୍ନ ଥାନାରେ ଚୋରି, ଡକାୟତ ଭଳି ଜଘନ୍ୟ ମାମଲା ରହିଛି । ଏମାନେ ବଡଧରଣର ଅପହରଣ ଯୋଜନା କରୁଥିଲେ । ନୟାଗଡ ନିକଟରେ ଏହି ଅପରାଧ ଯୋଜନା କରିଥିଲେ । କିନ୍ତୁ ସେମାନଙ୍କ ମିଶନ ଫେଲ ମାରିଛିା  ଆବଶ୍ୟକ ପଡିଲେ ରିମାଣ୍ଡରେ ଆଣି ପଚରାଉଚରା କରାଯିବ । ବଲାଙ୍ଗିରରେ ଏକ ବିବାହ ଭୋଜିରେ ଯୋଗ ଦେବାକୁ କହି ଭୁବନେଶ୍ୱରର ଏକ ଟ୍ରାଭେଲ ଏଜେନ୍ସିରୁ ଇନୋଭା କାର ହାୟର କରିଥିଲେ ୮ଜଣ । ହେଲେ ଡ୍ରାଇଭରଙ୍କ ମୁଣ୍ଡରେ ବନ୍ଧୁକ ରଖି କାରଟିକୁ ବୌଦ୍ଧ ଯାଏଁ ନେଇଯାଇଥିଲେ ।

କିନ୍ତୁ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧିରୁ କେବଳ କାର ଠାବହେଲା ନାହିଁ, ବରଂ ଧରାପଡିଗଲେ ସମସ୍ତ ୮ଜଣ ଯାକ ଡକାୟତ । କାରର ଡ୍ରାଇଭର କରିଥିଲେ ଏକ ମେସେଜ୍ । ଗାଡିର ମାଲିକଙ୍କୁ ମେସେଜ କରି ସେ ବଡ ବିପଦରେ ପଡି ଯାଇଥିବା ସୂଚନା ଦେଇଥିଲେ । ଏହାପରେ ଆରମ୍ଭ ହୋଇଗଲା ତନାଘନା । ପୋଲିସ ବିଭାଗର ବଛା ବଛା ଅଧିକାରୀଙ୍କୁ ଫୋନରେ କନଫରେନସିଂରେ ରଖି ଏହି ଇନୋଭା ଗାଡିକୁ ଫଲୋ କରିବା ଆରମ୍ଭ କରିଦେଲା ପିସିଆର । ଗାଡି ଚେକିଂ ବାହାନାରେ ବ୍ୟାରିକେଡିଂ କରିଦେଲେ ଚାରିଛକ ଆଇଆଇସି । ଗାଡି ଅଟକିବା ପରେ କୌଶଳକ୍ରମେ ପ୍ରଥମେ ଡ୍ରାଇଭରଙ୍କୁ ମୁକୁଳାଇ ନେଇଥିଲା ପୋଲିସ । ପରେ ଗାଡିରେ ଥିବା ସମସ୍ତ ଦୁର୍ବୃତଙ୍କୁ କାବୁ କରିବା ସହ ସେମାନଙ୍କ ନିକଟରୁ ମାରଣାସ୍ତ୍ର ଜବତ କରିଥିଲା ।