କନକ ବ୍ୟୁରୋ : କର୍ଣ୍ଣାଟକରୁ ଆରମ୍ଭ ହୋଇଥିବା ହିଜାବ ବିବାଦ ଏବେ ଦେଶର ବିଭିନ୍ନ ପ୍ରାନ୍ତକୁ ବ୍ୟାପିବାରେ ଲାଗିଛି । କର୍ଣ୍ଣାଟକ ପରେ ଏବେ ବିଭିନ୍ନ ରାଜ୍ୟରେ ବି ସମାନ ପରିସ୍ଥିତି ଦେଖିବାକୁ ମିଳିଛି । ଅନ୍ୟପଟେ ଶିକ୍ଷାନୁଷ୍ଠାନର ଏହି ବିବାଦ ଭିତରେ ଏବେ ରାଜନେତାମାନେ ଆଗକୁ ଆସିଛନ୍ତି । ବିଭିନ୍ନ ଦଳର ରାଜନେତାମାନେ ଏହାକୁ ନେଇ ବୟାନ ଜାରି କରୁଛନ୍ତି । ହେଲେ ସ୍ଥିତିକୁ ନଜରରେ ରଖି ବେଙ୍ଗାଲୁର ପୋଲିସ ଏକ ବଡ ପଦକ୍ଷେପ ନେଇଛି । ବେଙ୍ଗାଲୁର ପୋଲିସର ନିର୍ଦ୍ଦେଶ ମୁତାବକ ଆସନ୍ତା ୨ସପ୍ତାହ ପର୍ଯ୍ୟନ୍ତ ବେଙ୍ଗାଲୁରର କୌଣସି ଶିକ୍ଷାନୁଷ୍ଠାନ ନିକଟରେ ଛାତ୍ର ଛାତ୍ରୀମାନେ ବିରୋଧ ପ୍ରଦର୍ଶନ କରିପାରିବେ ନାହିଁ ।
କହିରଖୁ କି ଏହି ବିବାଦ ଭିତରେ ମଙ୍ଗଳବାର ଦିନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ଶିକ୍ଷାନୁଷ୍ଠାନରେ ଶାନ୍ତି ଓ ସଦଭାବ ବଜାଅ ରଖିବାକୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନକୁ ୩ ଦିନ ପାଇଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ବେଙ୍ଗାଲୁରର ଓଡୁପି କଲେଜର ୫ ଜଣ ଛାତ୍ରୀ ଏହି ମାମଲାକୁ ନେଇ କର୍ଣ୍ଣାଟକ ହାଇକୋର୍ଟରେ ଏକ ଯାଚିକା ଦାଖଲ କରିଛନ୍ତି । ବୁଧବାର ଦିନ କର୍ଣ୍ଣାଟକ ହାଇକୋର୍ଟରେ ଏହି ମାମଲାର ଶୁଣାଣି ହୋଇଛି । ଶୁଣାଣି ପରେ କର୍ଣ୍ଣାଟକ ହାଇକୋର୍ଟ ତରଫରୁ ଏହି ମାମଲାର ଶୁଣାଣି ଏକାକୀ ଖଣ୍ଡପୀଠରୁ ଉଚ୍ଚ ଖଣ୍ଡପୀଠକୁ ପଠାଇ ଦେଇଛନ୍ତି ।
ଶୁଣାଣି ବେଳେ କୋର୍ଟ କହିଛନ୍ତି କି, ଆସନ୍ତା ଶୁଣାଣି ପର୍ଯ୍ୟନ୍ତ ଛାତ୍ର ସମୁଦାୟ ଓ ଜନତା ଶାନ୍ତି ବଜାୟ ରଖନ୍ତୁ । କହିରଖୁ କି ହିଜାବକୁ ନେଇ ପୂର୍ବମାସରେ ଓଡୁପି ସରକାରୀ କଲେଜରେ ବିବାଦ ଆରମ୍ଭ ହୋଇଥିଲା । ଏନେଇ ୬ ଜଣ ଛାତ୍ରୀ ଅଭିଯୋଗ କରିଥିଲେ କି ସେ ହିଜାବ ପିନ୍ଧି କଲେଜ ଯାଉଥିବା ବେଳେ ତାଙ୍କୁ ଗେଟ୍ ନିକଟରେ ଅଟକା ଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/Capture-25.jpg)