କନକ ବ୍ୟୁରୋ: ଈରାନରେ ହିଜାବ ବିରୋଧରେ ପ୍ରଦର୍ଶନ ଉଗ୍ର ହେବାରେ ଲାଗିଛି । ଇରାନୀ ମହିଳା ମହସା ଅମିନିଙ୍କ ମୃତ୍ୟୁ ପରେ ସାରା ଦେଶରେ ବିକ୍ଷୋଭ ହିଂସାର ରୂପ ନେଇଛି । ମହିଳାମାନେ ହିଜାବ ଜଳାଇ, ଚୁଟି କାଟି ବିରୋଧ ପ୍ରଦର୍ଶନ କରୁଛନ୍ତି । ଏହି ବିକ୍ଷୋଭ ଏବେ ରାଜଧାନୀ ତେହରାନ ସମେତ ଅନ୍ୟ ବଡ ବଡ ସହରକୁ ବ୍ୟାପିବାରେ ଲାଗିଛି ।

Advertisment

 ବିରୋଧ ପ୍ରଦର୍ଶନ ସମୟରେ ୩ଜଣ ମହିଳାଙ୍କର ମୃତ୍ୟୁ ହୋଇସାରିଛି । ଏହାସହ ୨ଶହରୁ ଅଧିକ ମହିଳା ଗୁରୁତର ଆହତ ହୋଇଛନ୍ତି । ଏହାସହ ୨୫୦ ମହିଳାଙ୍କୁ ଗିରଫ କରାଯାଇଛି । ଏହି ବିକ୍ଷୋଭ ଏବେ ସାରା ବିଶ୍ୱ ସମୁଦାୟ ପାଇଁ ଚିନ୍ତାର ବିଷୟ ପାଲଟିଛି । ଜାତିସଂଘ ମଧ୍ୟ ଏନେଇ ଚିନ୍ତା ବ୍ୟକ୍ତ କରିଛି । ମହିଳାଙ୍କ ଉପରେ ଈରାନ ସୁରକ୍ଷା ବଳ ପ୍ରୟୋଗ କରୁଥିବାରୁ ଏହାକୁ କଡା ନିନ୍ଦା କରିଛି ଜାତିସଂଘ । ଏବେଯାଏଁ ହୋଇଥିବା ବିରୋଧରେ ଏହା ହେଉଛି ସବୁଠାରୁ ବଡ ଧରଣର ବିକ୍ଷୋଭ ।