କନକ ବ୍ୟୁରୋ : କର୍ଣ୍ଣାଟକର ଶିକ୍ଷାନୁଷ୍ଠାନରେ ଆରମ୍ଭ ହୋଇଥିବା ହିଜାବ ବିବାଦ ଥମିବାର ନାଁ ନେଉନି । ଏହି ମାମଲାର ଶୁଣାଣି କରି କର୍ଣ୍ଣାଟକ ହାଇକୋର୍ଟ କହିଛନ୍ତି କି ନିଷ୍ପତ୍ତି ନଆସିବା ଯାଏଁ ଶିକ୍ଷାନୁଷ୍ଠାନକୁ କୌଣସି ଛାତ୍ର ଛାତ୍ରୀ ଧାର୍ମିକ ପୋଷାକ ପରିଧାନ କରି ଆସିପାରିବେ ନାହିଁ । କୋର୍ଟ କହିଛନ୍ତି କି ଖୁବଶୀଘ୍ର ଏହି ମାମଲାର ନିଷ୍ପତ୍ତି ଆସିବ ତେଣୁ ଶାନ୍ତି ବଜାୟ ରଖିବାର ଆବଶ୍ୟକ ରହିଛି । ଏହି ମାମଲାର ପରବର୍ତ୍ତି ଶୁଣାଣି ସୋମବାରକୁ ହେବ ବୋଲି କୁହାଯାଇଛି ।
କର୍ଣ୍ଣାଟକ ହାଇକୋର୍ଟ ମାମଲାର ଶୁଣାଣି କରିବା ବେଳେ କହିଛନ୍ତି କି, ଛାତ୍ର ଛାତ୍ରୀମାନଙ୍କ ଉପରେ ଧାର୍ମିକ ପୋଷାକ ପିନ୍ଧିବାକୁ କେହି ବାଧ୍ୟ କରିପାରିବେ ନାହିଁ । ଏହାସହ କୋର୍ଟ କହିଛନ୍ତି କି ପ୍ରଥମେ ଦେଖିବାକୁ ପଡିବ କି ଶିକ୍ଷାନୁଷ୍ଠାନରେ ଧାର୍ମିକ ପୋଷାକ ପିନ୍ଧିବା ମୌଳିକ ଅଧିକାର କି ନୁହେଁ । ଏହାସହ କୋର୍ଟ ଗଣମାଧ୍ୟମକୁ ନିର୍ଦ୍ଦେଶ ଦେଇଛନ୍ତି କି କୋର୍ଟର ମୌଖିକ ପ୍ରକ୍ରିୟାକୁ ପ୍ରସାରଣ କରା ନଯାଉ ।
କହିରଖୁ କି କର୍ଣ୍ଣାଟକର ଏକ ଶିକ୍ଷାନୁଷ୍ଠାନକୁ ମୁସଲିମ ଛାତ୍ରୀମାନେ ହିଜାବ ପିନ୍ଧି ଯାଉଥିବା ବେଳେ ଏହାକୁ କିଛି ଛାତ୍ର ବିରୋଧ କରି କଲେଜ ଗେଟରେ ତାଲା ପକାଇ ଦେଇଥିଲେ । ଏହାକୁ ନେଇ ମୁସଲିମ ଛାତ୍ରୀମାନେ ବିରୋଧ ପ୍ରଦର୍ଶନ କରୁଥିବା ବେଳେ ଜଣେ ମୁସଲିମ ଛାତ୍ରୀଙ୍କୁ କିଛି ଛାତ୍ର କଟୁ ମନ୍ତବ୍ୟ ଦେଇଥିଲେ । ଏହାପରେ ବିବାଦ ଘନେଇବାରେ ଲାଗିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/Capture-29.jpg)