କନକ ବ୍ୟୁରୋ : କର୍ଣ୍ଣାଟକରେ ଦିନକୁ ଦିନ ଉଗ୍ର ହେବାରେ ଲାଗିଛି ଶିକ୍ଷାନୁଷ୍ଠାନରେ ହିଜାବ ବିବାଦ । ଏନେଇ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ଉତ୍ତେଜନା ବି ଦେଖିବାକୁ ମିଳିଛି । ଏହାସହ ଏହି ମାମଲା ଉପରେ କର୍ଣ୍ଣାଟକ ହାଇକୋର୍ଟରେ ଶୁଣାଣି ବି ଚାଲିଛି । ଏସବୁ ଭିତରେ ପରିସ୍ଥିତିକୁ ଆୟତକୁ ଆଣିବାକୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମଇ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନକୁ ୩ ଦିନ ପାଇଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେ ଟ୍ୱିଟ କରି ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେବା ସହ ଶାନ୍ତି ବଜାୟ ରଖିବାକୁ ଛାତ୍ର ଛାତ୍ରୀମାନଙ୍କୁ ଅନୁରୋଧ କରିଛନ୍ତି ।
କହିରଖୁ କି କର୍ଣ୍ଣାଟକ ଓଡୁପିର ଏକ ସରକାରୀ କଲେଜରେ ପ୍ରଥମେ ଏହାକୁ ନେଇ ବିବାଦ ଦେଖା ଦେଇଥିଲା । ମୁସଲିମ ସଂପ୍ରଦାୟର ଛାତ୍ରୀମାନେ ହିଜାବ ପିନ୍ଧି କଲେଜ ଆସୁଥିବା ବେଳେ ଏହାକୁ ଅନ୍ୟ ଛାତ୍ର ଛାତ୍ରୀମାନେ ବିରୋଧ କରି ଗେଟ ବନ୍ଦ କରିଦେଇଥିଲେ । ଏହାକୁ ମୁସଲିମ ଛାତ୍ରୀମାନେ ବିରୋଧ କରିଥିଲେ ବି କଲେଜ ପ୍ରଶାସନ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥଲା । ଏହାର ପରଦିନ ଗୋଟିଏ ଛାତ୍ରଗୋଷ୍ଠୀ କଲେଜ ଡ୍ରେସ ସହ ବେକରେ ଗେରୁଆ ଗାମୁଛା ପକାଇ କଲେଜ ଆସିଥିଲେ ଓ ବିଭିନ୍ନ ନାରାବାଜୀ କରିଥିଲେ । ଏହାକୁ ନେଇ ଉଭୟ ଛାତ୍ର ଗୋଷ୍ଠୀମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ଦେଖା ଦେଇଥିଲା । , ଏନେଇ ମାମଲା ହାଇକୋର୍ଟରେ ପହଂଚିବା ପରେ କୋର୍ଟ ଏହାର ଶୁଣାଣି କରି କୋର୍ଟ କହିଥିଲେ କି ଧର୍ମ ଆଧାରରେ ନୁହେଁ ବରଂ ସମ୍ବିଧାନର ଅଧିକାର ଆଧାରରେ ଏହି ମାମଲାର ଶୂୁଣାଣି କରାଯିବ ।
Follow Us