କନକ ବ୍ୟୁରୋ: କର୍ଣ୍ଣାଟକରେ ହିଜାବ ନେଇ ହିଂସା ପରେ ଏବେ ଏହି ମାମଲା ତେଜିବାରେ ଲାଗିଛି । ଏବେ ଏହି ହିଜାବ ମାମଲା କର୍ଣ୍ଣାଟକ ହାଇକୋର୍ଟରୁ ଯାଇ ସୁପ୍ରିମକୋର୍ଟରେ ପହଞ୍ଚିଛି । ଏହି ମାମଲାକୁ କଂଗ୍ରେସ ନେତା ତଥା ଆଡଭୋକେଟ୍ କପିଲ ଶିବଲ ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ପାଇଁ ଆବେଦନ କରିଛନ୍ତି ।
ହିଜାବକୁ ନେଇ କିଛି ରାଜ୍ୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଏହାକୁ ହାଇକୋର୍ଟରୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି କରିବାକୁ ନିବେଦନ କରିଛନ୍ତି କପିଲ ଶିବଲ । ଏହି ମାମଲାକୁ ନେଇ ଝିଅମାନଙ୍କ ଉପରେ ପଥର ମାଡ ହୋଇଛି । ଏପରିକିି ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ପଡିଛି । ଏପରି ସ୍ଥଳେ ଏହାକୁ ସୁପ୍ରିିମକୋର୍ଟ ଗୁରୁତର ସହ ନେଇ ଶୁଣାଣି କରିବା ଉଚିତ ବୋଲି ମନ୍ତବ୍ୟ ଦେଇଛନ୍ତି ଶିବଲ । ଅନ୍ୟପଟେ ଏହାକୁ ନେଇ ସୁପ୍ରିମକୋର୍ଟ କହିଛନ୍ତି ଯେ, ପ୍ରଥମେ ଏହା ଉପରେ କର୍ଣ୍ଣାଟକ ହାଇକୋର୍ଟଙ୍କ ଶୁଣାଣି ପୂରଣ ହେବାକୁ ଦିଆଯାଉ ।
ସୂଚନା ମୁତାବକ, ହାଇକୋର୍ଟ ଏହି ମାମଲାକୁ ୯ଜଣିଆ ବଡ ଖଣ୍ଡପୀଠକୁ ଟ୍ରାନ୍ସଫର କରିଛନ୍ତି । କିନ୍ତୁ ଏଯାଏଁ ଏହା ଉପରେ କୌଣସି ଦୃଷ୍ଟାନ୍ତମୂଳକ ଶୁଣାଣି ହୋଇନାହିଁ । କିନ୍ତୁ ଯଦି ହାଇକୋର୍ଟ କୌଣସି ଆଦେଶ ଜାରି ନକରେ ତେବେ ହାଇକୋର୍ଟ ଏହାକୁ ତୁରନ୍ତ ସୁପ୍ରିମକୋର୍ଟକୁ ଟ୍ରାନ୍ସଫର କରିଦେବା ଉଚିତ । ଏବଂ ସୁପ୍ରିମକୋର୍ଟ ଏହାକୁ ଧାରା ୨୫ ଅଧିନରେ ବିଚାର କରି ଶୁଣାଣି କରିବାକୁ ଅନୁରୋଧ କରିଛନ୍ତି କପିଲ ଶିବଲ ।
Follow Us