କଳିଙ୍ଗ ନଗରରୁ ଆସିଲା ରାଜପଥ ଲୁଟେରାଙ୍କ ଲୋମ ଟାଙ୍କୁରା ଚିତ୍ର । ଡୁବୁରି କଲେଜ ପାଖରେ କାର ଅଟକାଇ ଖଣ୍ଡାରେ କରୁଥିଲା ଆକ୍ରମଣ 

630

କନକ ବ୍ୟୁରୋ : କାମ ସାରି ରାତିରେ ଘରକୁ ଫେରୁଥିଲେ । ଅନ୍ଧାର ରାତିରେ ରାଜପଥ ଉପରେ ଗାଡି ଲାଇଟରେ ଦେଖାଗଲେ କିଛି ଲୋକ । ସମସ୍ତେ ଗାଡି ଅଟକାଉଥିଲେ । ହାତରେ ଥିଲା ଖଣ୍ଡା, ଟର୍ଚ ଲାଇଟ୍ । ଗାଡି ଅଟକାଇ ମାଡି ଆସିଲେ ଦେଖୁ ଦେଖୁ । ଆଖି ପିଛୁଳାକେ ଜୀବନ ବଂଚାଇ ଗାଡି ଫେରାଇ ଆଣିଲେ ଗାଡି ଚାଳକ । ଯାଜପୁର ଜିଲ୍ଲା କଳିଙ୍ଗନଗର ଅଂଚଳର ରାଜପଥ ଲୁଟର ଲାଇବ୍ ଚିତ୍ର କଏଦ ହୋଇଛି କ୍ୟାମେରାରେ । ଯାହା ଦେଖିଲେ ଆପଣଙ୍କ ରୋମ ଟାଙ୍କୁରି ଉଠିବ ।

ଅନ୍ଧାର ରାତିରେ ଦାଦାଗିରି । ଗାଡି ଚାଳକଙ୍କୁ ଅଟକାଇ, ଖଣ୍ଡା ଦେଖାଇ ଭୟଭୀତ କରି ଲୁଟ୍ କରୁଛନ୍ତି ରାଜପଥ ଲୁଟେରା । ସୌଭାଗ୍ୟବଶତଃ ଉପସ୍ଥିତ ବୁଦ୍ଧି ଦେଖାଇ ଲୁଟେରାଙ୍କ କବଳରୁ ଖସି ଆସିଲେ ଗାଡି ଚାଳକ କିନ୍ତୁ ଗାଡିର ଡ୍ୟାସ୍ ବୋର୍ଡରେ ଲାଗିଥିବା କ୍ୟାମେରାରେ କଏଦ ହୋଇଛି ରାଜପଥ ଲୁଟେରାଙ୍କ ପୁରା ଚିତ୍ର । ଯାଜପୁର ଜିଲ୍ଲା କଳିଙ୍ଗନଗର ଅଂଚଳର ଡୁବୁରି କଲେଜ ନିକଟରେ ଘଟିଛି ଏପରି ଘଟଣା ।

ଶିଳ୍ପସଂସ୍ଥାର ଅଧିକାରୀ ଜଣକ ରାତିରେ କାମସାରି ଡୁବୁରୀ ଟମକା ରାସ୍ତାରେ ଫେରୁଥିଲେ । ହଠାତ୍ ନଜରକୁ ଆସିଲା କିଛି ଲୋକ ରାସ୍ତା ଅବରୋଧ କରି ଠିଆ ହୋଇ ଗାଡି ଅଟକାଉଛନ୍ତି । ବାସ୍ ବାବୁ ଜଣକ ବୁଝିଗଲେ ଏମାନଙ୍କ ଉଦ୍ଦେଶ୍ୟ ଭଲ ନୁହଁ । ସେହି ଠାରୁ ଗାଡି ବ୍ୟାକ୍ କରି ଖସି ଆସିଲେ  ।

ଗାଡିର ଫ୍ରଂଟ କ୍ୟାମେରାରେ କଏଦ ହୋଇଯାଇଛି ପୁରା ଚିତ୍ର । ୫ ରୁ ୬ ଜଣ ଅଛନ୍ତି ଦୁବୃର୍ତ । ଜଣେ ଖଣ୍ଡା ଘରି ଗୋଡାଇ ଆସୁଛି ଗାଡି ଆଡକୁ । ଥରେ ଭାବି ଦେଖନ୍ତୁ ଅନ୍ଧାର ରାତିରେ କିପରି ଭୟଙ୍କର ସ୍ଥିତି ସୃଷ୍ଟି ହୋଇଥିବ । ଏହିପରି ରାତି ଅଧରେ ଏମାନେ ଏକୁଟିଆ ଆସୁଥିବା ଗାଡିକୁ ଟାର୍ଗେଟ କରି ଲୁଟ୍ ପାଟ୍ ଚଳାଇଛନ୍ତି , ଯାହାକି ପୋଲିସ ପାଇଁ ସୃଷ୍ଟି କରିଛି ଖୋଲା ଚ୍ୟାଲେଂଜ ।