କନକ ବ୍ୟୁରୋ: ସୁନ୍ଦରଗଡ ଜିଲ୍ଲା ଲହୁଣୀପଡା ଥାନା ରାଜା ମୁଣ୍ଡା ବାଇପାସ୍ ଛକ ୫୨୦ ନମ୍ୱର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ହାଇଓ୍ୱା ଧକ୍କାରେ ୩ ଶ୍ରମିକ ମୃତ ।

Advertisment

ରାସ୍ତା ମରାମତି କାମ କରୁଥିବା ବେଳେ ଶ୍ରମିକଙ୍କୁ ହାଇଓ୍ୱା ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ପରିବାର ପକ୍ଷରୁ ରାଜରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କରାଯାଛି । ମୃତ ପରିବାରଙ୍କୁ ଜଣ ପିଛା ୩୦ ଲକ୍ଷ ଦେବା ଦାବିରେ ରାସ୍ତା ରୋକ କରାଯାଇଛି । ଫଳରେ ରାସ୍ତାର ଦୁଇ ପଟେ ଅଟକି ରହିଛି ଶହ ଶହ ଗାଡି ମଟର ।