କନକ ବ୍ୟୁରୋ : ରେଳ ବଜେଟରେ ଓଡିଶା କେଉଁ ପ୍ରକଳ୍ପକୁ କେତେ ଅନୁଦାନ ମିଳିଛି ତାର ସ୍ପଷ୍ଟ ଚିତ୍ର ଧିରେ ଧିରେ ଆସିବାରେ ଲାଗିଛି । ଖୋର୍ଦ୍ଧା ରୋଡ-ବଲାଙ୍ଗୀର ପ୍ରକଳ୍ପ ପାଇଁ ସର୍ବାଧିକ ୮୯୧ କୋଟି ଟଙ୍କା ମଞ୍ଜୁର ହୋଇଛି । ଦୀର୍ଘଦିନ ହେଲା ଏହି ପ୍ରକଳ୍ପ କାମ ସରୁନଥିବାରୁ ଏଥର ଅଧିକ ଅନୁଦାନ ଦେବାକୁ ଦାବି ହୋଇଥିଲା । ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ଲାଇନ ପାଇଁ ୨୦୨୨-୨୦୨୩ ଆର୍ଥିକ ବର୍ଷ ପାଇଁ ୩୫୧ କୋଟିର ଅନୁଦାନ ମିଳିଛି ।

Advertisment

ସେହିଭଳି ପୁରୀ-ତାଳଚେର ପାଇଁ ୧୦୨ କୋଟି, ସମ୍ବଲପୁର-ଟିଟିଲାଗଡ ପାଇଁ ୯୯ କୋଟିର ଅନୁଦାନ ମିଳିଛି । ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା-ବାରଙ୍ଗ ତୃତୀୟ ଲାଇନ ପାଇଁ ୧୬୪ କୋଟି ଟଙ୍କା ମିଳିଛି । ଜୟପୁର-ନବରଙ୍ଗପୁର ପାଇଁ ୮୧ କୋଟି, ତାଳଚେର-ବିମଳାଗଡ ପାଇଁ ୨୫୦ କୋଟି ଓ ଜୟପୁର-ମାଲକାନଗିରି ପାଇଁ ୧୩ କୋଟି ଟଙ୍କାର ଅନୁଦାନ ମଞ୍ଜୁର ହୋଇଛି । ସେହିଭଳି ହରିଦାସପୁର-ପାରାଦ୍ୱୀପ ପାଇଁ ୮୫ କୋଟି ଓ ବହୁ ପ୍ରତୀକ୍ଷିତ ଅନୁଗୁଳ-ସୁକିନ୍ଦାରୋଡ ପାଇଁ ୪୭୫ କୋଟି ଅନୁଦାନ ମିଳିଛି ।