ସମ୍ପତ୍ତି ବଢାଇବାରେ ବିଶ୍ୱରେ ଆଦାନି ସବୁଠୁ ଆଗରେ । ମୁକେଶ ଅମ୍ବାନିଙ୍କୁ ପକାଇଲେ ପଛରେ । 

Advertisment
ସମ୍ପତ୍ତି ବଢାଇବାରେ ବିଶ୍ୱରେ ଆଦାନି ସବୁଠୁ ଆଗରେ । ମୁକେଶ ଅମ୍ବାନିଙ୍କୁ ପକାଇଲେ ପଛରେ । 

କନକ ବ୍ୟୁରୋ : ପ୍ରଥମ ପିଢ଼ିର ଭାରତୀୟ ଉଦ୍ୟୋଗୀ ଗୌତମ ଆଦାନି ଚଳିତବର୍ଷ ନୂଆ ସମ୍ପତ୍ତି ସୃଷ୍ଟିରେ ରେକର୍ଡ କରିଛନ୍ତି। ସେ ୨୦୨୧ରେ ୧୬.୨ ବିଲିଅନ ଡଲାର ବା ପ୍ରାୟ ୧୧୮୨୬୦ କୋଟି ଟଙ୍କାର ସମ୍ପତ୍ତି ଯୋଡ଼ିଛନ୍ତି। ଫଳରେ ତାଙ୍କର ସମ୍ପତ୍ତି ୫୦ ବିଲିଅନ ଡଲାର ବା ୩୬୫୦୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ବ୍ଲୁମବର୍ଗ ବିଲିୟନେୟାର୍ସ ସୂଚୀରୁ ଏହା ଜଣାଯାଇଛି। ବିଶ୍ୱର ଶୀର୍ଷ ଧନୀ ବ୍ୟକ୍ତି ତଥା ଟେସଲାର ଏଲନ ମସ୍କ ଓ ଆମାଜନ୍‌ କମ୍ପାନି ମୁଖ୍ୟ ଜେଫ୍‌ ବେଜୋସଙ୍କ ତୁଳନାରେ ସେ ଅଧିକ ସମ୍ପତ୍ତି ଯୋଗ ‌କରିଛନ୍ତି। ଆଦାନିଙ୍କ ଅଧୀନରେ ଏବେ ବନ୍ଦରଠାରୁ ଆରମ୍ଭ କରି ବିମାନ ବନ୍ଦର, ଶକ୍ତି, ଡାଟା ସେଣ୍ଟର, କୋଇଲା ଖଣି ଆଦି ଏକାଧିକ ବ୍ୟବସାୟ ରହିଛି।

ନିବେଶକମାନେ ତାଙ୍କ କମ୍ପାନିରେ ନିବେଶ କରିବା ଲାଗି ଆଗ୍ରହ ପ୍ରକାଶ କରିବା ଫଳରେ ତାଙ୍କ ସମ୍ପତ୍ତିରେ ଏଭଳି ବୃଦ୍ଧି ଘଟିଛି। କେବଳ ଗୋଟିଏ କମ୍ପାନିକୁ ଛାଡ଼ିଲେ ଆଦାନିଙ୍କ ଅଧୀନରେ ଥିବା ଅନ୍ୟ ସବୁ କମ୍ପାନିର ସେୟାର ମୂଲ୍ୟ ଚଳିତବର୍ଷ ଅତିକମରେ ୫୦ ପ୍ରତିଶତ ବୃଦ୍ଧି ଘଟିଛି। ଏପରିକି ଭାରତର ଅନ୍ୟତମ ପ୍ରମୁଖ ବ୍ୟବସାୟୀ ତଥା ରିଲାଏନ୍ସର ଅଧ୍ୟକ୍ଷ ମୁକେଶଙ୍କ ତୁଳନାରେ ମଧ୍ୟ ସେ ପାଖାପାଖି ଦୁଇଗୁଣା ଅଧିକ ସମ୍ପତ୍ତି ଯୋଡ଼ିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe