ଚଳିତବର୍ଷ ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ରେକର୍ଡ: ଅପରାହ୍ନ ୨ଟା ୩୦ ସୁଦ୍ଧା ତାପମାତ୍ରା ଛୁଇଁଲା ୪୩. ୮ ଡିଗ୍ରୀ

347

କନକ ବ୍ୟୁରୋ: ଚଳିତବର୍ଷ ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ରେକର୍ଡ । ଅପରାହ୍ନ ୨ଟା ୩୦ ସୁଦ୍ଧା ତାପମାତ୍ରା ଛୁଇଁଲା ୪୩. ୮ ଡିଗ୍ରୀ । ୩୫ ଡିଗ୍ରୀ ଉପରେ ୬ ସହର ରହିଛି । ସେହିପରି ରାଉରକେଲାରେ ୩୪. ୪ ଡିଗ୍ରୀ ଏବଂ ହୀରାକୁଦରେ ୩୪.୮ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ । ପାଣିପାଗ କେନ୍ଦ୍ର କହିଛି ୨୪ ଘଂଟା ଯାଏ ଜାରି ରହିବ ଗ୍ରୀଷ୍ମ ପ୍ରବାହ । ଗତକାଲିଠୁ ବିଭିନ୍ନ ସ୍ଥାନରେ କାଳବୈଶାଳୀ ବର୍ଷା ହୋଇଛି । ତେବେ ୨୫ରୁ ୨ରୁ ୩ ଡିଗ୍ରୀ ତାପମାତ୍ରା ବଢିବ ବୋଲି ବୋଲି ଜଣାପଡିଛି । ଏହି ସମୟରେ ଉଷ୍ମ ଆଦ୍ର ଜଳବାୟୁ ସ୍ଥିତି ଲାଗି ରହିବ ।