କନକ ବ୍ୟୁରୋ : ଭୁବନେଶ୍ୱରରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୮ ଦିନରେ ୩୯୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜୁଲାଇ ୯ ତାରିଖରେ ୩୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜୁଲାଇ ୧୦ରେ ୪୫ ଜଣ,ଜୁଲାଇ ୧୧ରେ ୩୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେହିପରି ଜୁଲାଇ ୧୨ରେ ୬୪ ଜଣ ଆକ୍ରାନ୍ତ, ଜୁଲାଇ ୧୩ରେ ୧୪ ଜଣ ଆକ୍ରାନ୍ତ, ଜୁଳାଇ ୧୪ରେ ୫୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜୁଲାଇ ୧୫ରେ ୯୦ ଜଣ କରୋନା ଆକ୍ରାନ୍ତ ଭୁବନେଶ୍ୱରରୁ ଚିହ୍ନଟ ହୋଇଥିଲେ । ସେହିପରି ଜୁଲାଇ ୧୬ରେ ଖୋର୍ଦ୍ଧାରୁ ୬୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେବେଳ ଭୁବନେଶ୍ୱରରୁ ଥିଲେ ୬୦ ଜଣ ।

Advertisment

ଭୁବନେଶ୍ୱରର କରୋନା ମିଟର

ତାରିଖ          ଆକ୍ରାନ୍ତ
ଜୁଲାଇ ୯       ୩୨
ଜୁଲାଇ ୧୦     ୪୫
ଜୁଲାଇ ୧୧     ୩୮
ଜୁଲାଇ ୧୨     ୬୪
ଜୁଲାଇ ୧୩    ୧୪
ଜୁଲାଇ ୧୪    ୫୧
ଜୁଲାଇ ୧୫    ୯୦
ଜୁଲାଇ ୧୬    ୬୦