ଦ୍ରୁତ ବେଗରେ ଦେଶରେ ବଢୁଛି କରୋନା ସଂକ୍ରମଣ : ୨୪ ଘଣ୍ଟାରେ ସର୍ବାଧିକ ୧୭,୨୯୬ ନୂଆ ଆକ୍ରାନ୍ତ ଚିହ୍ନଟ, ୪୦୭ ଆକ୍ରାନ୍ତଙ୍କ ମୃତ୍ୟୁ । ଭାରତରେ କରୋନା ମୃତ୍ୟୁସଂଖ୍ୟା ୧୫ ହଜାର ପାର୍

911

କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣ ଉପରମୁହାଁ ହୋଇଛି । ୨୪ ଘଣ୍ଟାରେ ମଧ୍ୟରେ ରେକର୍ଡ ୧୭ ହଜାର ୨୯୬ ଆକ୍ରାନ୍ତ ଚିହ୍ନଟ, ୪୦୭ ଜଣ ପ୍ରାଣ ହରାଇଛନ୍ତି । ଏହାସହ ମୃତ୍ୟୁସଂଖ୍ୟା ୧୫ ହଜାର ଅତିକ୍ରମ କରିଛି । ବର୍ତମାନ ଦେଶରେ ଆକ୍ରନ୍ତାଙ୍କ ସଂଖ୍ୟା ୪ ଲକ୍ଷ ୯୦ ହଜାର ୪୦୧ ହୋଇଥିବାବେଳେ ସୁସ୍ଥ ହେଲେଣି ୨ ଲକ୍ଷ ୮୫ ହଜାର ୬୩୭ ଜଣ । ତେବେ ମହାରାଷ୍ଟ୍ର ଓଦିଲ୍ଲୀରେ ସ୍ଥିତି ବିସ୍ଫୋଟକ ହୋଇଛି । ମହାରାଷ୍ଟ୍ରରେ କେବଳ ଲକ୍ଷେ ୪୭ ହଜାରରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି ଓ ପାଖାପାଖି ୬ ହଜାର ୯ ଶହ ୩୧ ଜଣ ପ୍ରାଣ ହରାଇଲେଣି । ମହାରାଷ୍ଟ୍ରରେ ସର୍ବାଧିକ ୬୯୩୧ ,ଆନ୍ଧ୍ରପ୍ରଦେଶରେ ୧୩୬, ଅରୁଣାଚଳ ପ୍ରଦେଶରେ ୧, ଆସାମରେ ୯, ବିହାରରେ ୫୭, ଚଣ୍ଡିଗଡ଼ରେ ୬, ଛତିଶଗଡ଼ରେ ୧୨, ଦିଲ୍ଲୀରେ ୨୪୨୯ , ଗୋଆରେ ୨, ଗୁଜରାଟରେ ୧୭୫୩, ହରିୟାଣାରେ ୧୯୮, ହିମାଚଳ ପ୍ରଦେଶରେ ୯ , ଜମ୍ମୁ ଓ କଶ୍ମୀରରେ ୯୦, ଝାଡ଼ଖଣ୍ଡରେ ୧୨, କର୍ଣ୍ଣାଟକରେ ୧୭୦, କେରଳରେ ୨୨, ଲଦାଖରେ ୧, ମଧ୍ୟପ୍ରଦେଶରେ ୫୪୨ ଜଣଙ୍କ ମୃତ୍ୟୁ ।

କେବଳ ମୁମ୍ୱାଇରେ କରୋନା ଆକ୍ରାନ୍ତ ସଂଖ୍ୟା ୭୦ ହଜାର ୮୭୮ କୁ ବୃଦ୍ଧି ହୋଇଛି । ଏହା ସହିତ କେବଳ ୪ ହଜାର ୬୨ ଜଣଙ୍କର ମୁମ୍ୱାଇରେ ମୃତ୍ୟୁ ହୋଇଛିି । ଏବେ ମୁମ୍ୱାଇରେ ୨୭ ହଜାର ୬୫୯ ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି । ଏହାକୁ ମିଶାଇ ମହାରାଷ୍ଟ୍ରରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୬ ହଜାର ୯୩୧ ହୋଇଛି । ସେପଟେ ଦିଲ୍ଲୀରେ ଆକ୍ରାନ୍ତ ସଂଖ୍ୟା ୭୩ ହଜାର ପାର କରିଛି । ଦେଶରେ ୨୦ ତାରିଖ ପରେ କରୋନା ସଂକ୍ରମଣ ସଂଖ୍ୟା ୯୨ ହଜାର ୫୭୩କୁ ବଢିଗଲାଣି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ସୂଚନା ଅନୁସାରେ ଗୁରୁବାର ୧୬ ହଜାର ୯୨୨ ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୪ ଲକ୍ଷ ୭୩ ହଜାର ଅତିକ୍ରମ କରିଛି । ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୪ ହଜାର ୮୯୪ କୁ ବୃଦ୍ଧି ହୋଇଛି ।

Comments are closed.