କନକ ବ୍ୟୁରୋ:  ଲଗାଣ ବର୍ଷାରେ ମାଲକାନଗିରି କାଲିମେଳାରେ ଜନଜୀବନ ଅସ୍ତବ୍ୟସ୍ତ। କାଙ୍ଗେରୁକୋଣ୍ଡା ପୋଲ ଉପରେ ପାଣି ଧିରେ ଧିରେ କମିବାରେ ଲାଗିଛି। କିଛି ସମୟ ପରେ ପୋଲ ଉପରେ ସ୍ୱାଭାବିକ ସ୍ଥିତି ଫେରିବା ଆଶା କରାଯାଉଛି। ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ଜାରି ରହିଥିବା ବେଳେ କାଲିମେଳାରେ ୮୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଏମଭି ୯୬, ଏମଭି ୯୦ ଓ କାଙ୍ଗୁରୁକୋଣ୍ଡା ପୋଲ ଉପରେ ୩ ରୁ ୪ ଫୁଟ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ମାଲକାନଗିରି ଜିଲ୍ଲା ସହିତ ଆନ୍ଧ୍ର ଓ ତେଲେଙ୍ଗାନାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି। ଏଥି ଯୋଗୁଁ ୩୨୬ ନମ୍ବର ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ଠପ ହୋଇଯାଇଛି। ୩ଟି ସ୍ଥାନରେ ଉଭୟ ପଟେ ଅନେକ ଯାନବାହାନ ଅଟକି ରହିଥିବାର ଦେଖା ଯାଇଛି। ସ୍ରୋତ ଅଧିକ ଥିବାରୁ ପୋଲ ଉପରେ ନ ଯିବାକୁ ବାରଣ କରୁଛି ପୁଲିସ।

Advertisment