କନକ ବ୍ୟୁରୋ : ସୋରିଷ ଆମ ସ୍ୱାସ୍ଥ୍ୟ ପାଇଁ ବେଶ୍ ହିତକର । ହେଲେ ବହୁତ କମ୍ ଲୋକ ଜାଣିଛନ୍ତି ଯେ, ସାରା ବିଶ୍ୱରେ ଏମିତି ଏକ ଛୋଟ ଦେଶ ରହିଛି ଯେଉଁ ଦେଶ ସୋରିଷ ଉତ୍ପାଦନରେ ସବୁଠାରୁ ଆଗରେ ରହିଛି ।
କହିରଖୁ କି ଏବେ ବିଶ୍ୱର ସବୁଠାରୁ ଅଧିକ ସୋରିଷ ଉତ୍ପାଦନ କରୁଥିବା ଦେଶ ତାଲିକାରେ ନେପାଳ ପ୍ରଥମ ସ୍ଥାନରେ ରହିଛି । ନେପାଳରେ ପ୍ରତିବର୍ଷ ପାଖାପାଖି ୨,୩୦,୦୦୫୦ ଟନ୍ ସୋରିଷ ଉତ୍ପାଦନ ହୋଇଥାଏ ।
ଏହାପରେ ଦ୍ୱିତୀୟ ସ୍ଥାନରେ ରହିଛି ଋଷର ନାମ । ଋଷ ପ୍ରତିବର୍ଷ ୧,୮୩,୪୨୬ ଟନ୍ ସୋରିଷ ଉତ୍ପାଦନ କରିଥାଏ । ଏହି କ୍ରମରେ ତୃତୀୟ ସ୍ଥାନରେ ରହିଛି କାନାଡା । କାନାଡାର ଚାଷୀମାନେ ବାର୍ଷିକ ପାଖାପାଖି ୧,୬୧,୭୮୧ ଟନ ସୋରିଷ ଉତ୍ପାଦନ କରିଥାନ୍ତି । ସେହିଭଳି ଚତୁର୍ଥ ସ୍ଥାନରେ ଥିବା ମାଲେସିଆ ବାର୍ଷିକ ୧,୪୪,୨୩୬ ଟନ୍ ସୋରିଷ ଉତ୍ପାଦନ କରିଥାଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/03/29-2.jpg)