କେନ୍ଦ୍ରାପଡାରେ ସର୍ବାଧିକ ମତଦାନ । ରାଜ୍ୟର ଏହି ଚର୍ଚ୍ଚିତ ନିର୍ବାଚନମଣ୍ଡଳୀରେ ବର୍ତ୍ତମାନ ସୁଦ୍ଧା ପଡିଲାଣି ୪୭% ଭୋଟ୍

Advertisment
କେନ୍ଦ୍ରାପଡାରେ ସର୍ବାଧିକ ମତଦାନ । ରାଜ୍ୟର ଏହି ଚର୍ଚ୍ଚିତ ନିର୍ବାଚନମଣ୍ଡଳୀରେ ବର୍ତ୍ତମାନ ସୁଦ୍ଧା ପଡିଲାଣି ୪୭% ଭୋଟ୍

କନକ ବ୍ୟୁରୋ: ନିର୍ବାଚନୀ ମଇଦାନରେ ପ୍ରଭାବଶାଳୀ ନେତା ଓ ମନ୍ତ୍ରୀ ଥିବା ହେତୁ ସମଗ୍ର ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଥିବା କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନ ମଣ୍ଡଳୀରେ ଅପରାହ୍ଣ ୧ଟା ସୁଦ୍ଧା ୪ର୍ଥ ପର୍ଯ୍ୟାୟ ନିର୍ବାଚନରେ ୪୭% ଭୋଟ୍ ଦାନ ହୋଇଛି। ବର୍ତ୍ତମାନ ସୁଦ୍ଧା ଏହା ଓଡ଼ିଶାରେ ସର୍ବାଧିକ ମତଦାନ। ପୂର୍ବାହ୍ନ ୧୧ଟା ସୁଦ୍ଧା ଏଠାରେ ୨୯. ୪% ଭୋଟ୍ ଦାନ ହୋଇଥିଲା।

publive-image

କେନ୍ଦ୍ରାପଡ଼ା ବିଧାନସଭା ଆସନରୁ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା, ମାହାଙ୍ଗାରେ ସ୍ୱାସ୍ଥ୍ୟ, ଆଇନ୍ ଓ ସୂଚନା ଲୋକସମ୍ପର୍କ ମନ୍ତ୍ରୀ ପ୍ରତାପ ଜେନା, ମହାକାଳପଡ଼ାରୁ ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ, ଆଳି ବିଧାନସଭା ଆସନରୁ ରାଜ୍ୟସଭା ସାଂସଦ ପ୍ରତାପ ଦେବ, କେନ୍ଦ୍ରାପଡ଼ା ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀଭାବେ ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତି ଏବଂ ବିଜେପି ପ୍ରାର୍ଥୀ ତଥା ପୂର୍ବତନ କେନ୍ଦ୍ରାପଡ଼ ଲୋକସଭା ସାଂସଦ ବୈଜୟନ୍ତ ପଣ୍ଡା ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଦଳୀୟ କର୍ମୀ ଓ ସମର୍ଥକମାନଙ୍କ ଯୋରଦାର୍ ପ୍ରଚାର ଅଭିଯାନ ଯୋଗୁଁ ସମଗ୍ର ଜିଲ୍ଲାରେ ଆଜି ରାଜନୈତିକ ବାତାବରଣ ଉଷ୍ମ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe