୭କୋଟି ୪୬ ଲକ୍ଷ ଟଙ୍କାର ଚାଲାଣ କାଟିଲା ପୋଲିସ । ଦ୍ରୁତ ଗତିରେ ଗାଡି ଚଲାଉଥିଲେ ସାବଧାନା ! ଜାଣନ୍ତୁ, କେଉଁଠି

249

କନକ ବ୍ୟୁରୋ : ଦ୍ରୁତ ଗତିରେ ଗାଡି ଚଳାଇବା ଚାଳକଙ୍କୁ ମହଙ୍ଗା ପଡିଛି । ୭ କୋଟି ୪୬ ଲକ୍ଷ ଟଙ୍କାର ଚାଲାଣ କାଟିଲା ପୋଲିସ । ପୂର୍ବରୁ ନ୍ୟୁଜ୍ ଚ୍ୟାନେଲରେ କିମ୍ବା ପେପରରେ ପଢିଥିବେ ଗାଡିର କାଗଜପତ୍ର ନଥିଲେ, ସିଟ୍ ବେଲ୍ଟ ବାନ୍ଧିନଥିଲେ, ରଙ୍ଗ ରୁଟରେ ଗାଡି ଚଳାଇଲେ କିମ୍ବା ଦ୍ରୁତ ଗତିରେ ଗାଡି ଚଲାଇ ଲକ୍ଷାଧୀକ ଟଙ୍କା ଗଣିଥିବେ ଗାଡି ମାଲିକ । କିନ୍ତୁ ବର୍ତମାନ ଯେଉଁ ଖବର ସାମ୍ନାକୁ ଆସିଛି ତାହା ଶୁଣିଲେ ଆପଣବି ଦ୍ରୁତ ଗତିରେ ଗାଡି ଚଲାଇବା ପୂର୍ବରୁ ଶହେଥର ଭାବିବେ ।
ସ୍ୱିଜରଲ୍ୟାଣ୍ଡ ଜଣେ ୩୭ ବର୍ଷିୟ ମର୍ସିଡିଜ୍ କାର ମାଲିକ ଓଭର ସ୍ପିଡ ଡ୍ରାଇଭିଂ ପାଇଁ ୭ କୋଟି ୪୬ ଲକ୍ଷ ଟଙ୍କାର ତଣ୍ଡ ଗଣିଛନ୍ତି । କାର ଚାଳକ ଘଣ୍ଟାପ୍ରତି ୧୮୦ କିଲୋମିଟର ବେଗରେ କାର ଚଲାଉଥିଲେ । ଆଉ ଗାଡିରେ ସ୍ପିଡୋ ମିଟର ବି ଲଗାଇନଥିଲେ । ଏତେ ଦ୍ରୁତଗତିରେ ଗାଡି ଚଲାଇବା କାରଣରୁ ପୋଲିସ ୭କୋଟିରୁ ଅଧିକ ଟଙ୍କାର ଚାଲାଣ କାଟିଥିଲା ।