ରାଜ୍ୟରେ ହୁ ହୁ ହୋଇ ବଢ଼ୁଛି ସଂକ୍ରମଣ : ୨୪ ଘଂଟାରେ ୪ ହଜାର ୪୪୫ ଆକ୍ରାନ୍ତ ଚିହ୍ନଟ; ସୁନ୍ଦରଗଡ଼ରୁ ସର୍ବାଧିକ ୭୨୨, ଖୋର୍ଦ୍ଧାରୁ ୫୮୭

Advertisment
ରାଜ୍ୟରେ ହୁ ହୁ ହୋଇ ବଢ଼ୁଛି ସଂକ୍ରମଣ : ୨୪ ଘଂଟାରେ ୪ ହଜାର ୪୪୫ ଆକ୍ରାନ୍ତ ଚିହ୍ନଟ; ସୁନ୍ଦରଗଡ଼ରୁ ସର୍ବାଧିକ ୭୨୨, ଖୋର୍ଦ୍ଧାରୁ ୫୮୭

କନକ ବ୍ୟୁରୋ : ରାଜ୍ୟରେ ରେକର୍ଡ କଲା ଗୋଟିଏ ଦିନର କରୋନା ସଂକ୍ରମଣ । ଗତ ୨୪ ଘଂଟା ଭିତରେ ସର୍ବାଧିକ ୪ ହଜାର ୪୪୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ସମୟ ମଧ୍ୟରେ ରାଜ୍ୟରେ ୪ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ସୁନ୍ଦରଗରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ କେନ୍ଦୁଝରରେ ଓ ଝାରସୁଗୁଡାରେ ଜଣେ ଲେଖାଏଁ ବ୍ୟକ୍ତିଙ୍କ କରୋନାରେ ମୃତ୍ୟୁ ହୋଇଛି ।

ସେହିପରି ସଂକ୍ରମଣ ସୁନ୍ଦରଗଡ ଜିଲ୍ଲାରେ ସର୍ବାଧିକ ରହିଛି । ୨୪ ଘଂଟାରେ ଏଠାରେ ୭୨୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ପଛକୁ ରହିଛନ୍ତି ଖୋର୍ଦ୍ଧା ଓ ନୂଆପଡା । ଖୋର୍ଦ୍ଧାରେ ୫୮୭ ଓ ନୂଆପଡାରେ ୪୩୭ ନୂଆ ପିଜିଟିଭ ମାମଲା ସାମ୍ନାକୁ ଆସିଛି । ୧୩ଟି ଜିଲ୍ଲାରେ ୧୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୮୭, ବାଲେଶ୍ବରରୁ ୧୨୩, ବରଗଡ଼ରୁ ୧୭୮, ଭଦ୍ରକରୁ ୪୩, ବଲାଙ୍ଗୀରରୁ ୧୬୮, ବୌଦ୍ଧରୁ ୨୧, କଟକରୁ ୨୫୧, ଦେବଗଡ଼ରୁ ୩୫, ଢେଙ୍କାନାଳରୁ ୨୦, ଗଜପତିରୁ ୧୦, ଗଞ୍ଜାମରୁ ୬୨, ଜଗତ୍ସିଂହପୁରରୁ ୩୩, ଯାଜପୁରରୁ ୫୮, ଝାରସୁଗୁଡ଼ାରୁ ୨୩୧, କଳାହାଣ୍ଡିରୁ ୨୭୩, କନ୍ଧମାଳରୁ ୨୯, କେନ୍ଦ୍ରାପଡ଼ାରୁ ୩୫, କେନ୍ଦୁଝରରୁ ୭୫, ଖୋର୍ଦ୍ଧାରୁ ୫୮୭, କୋରାପୁଟ୍ରୁ ୨୧, ମାଲକାନଗିରିରୁ ୯, ମୟୂରଭଞ୍ଜରରୁ ୧୦୦, ନବରଙ୍ଗପୁରରୁ ୧୨୭, ନୟାଗଡ଼ରୁ ୫୦, ନୂଆପଡ଼ାରୁ ୪୩୭, ପୁରୀରୁ ୨୧୯, ରାୟଗଡ଼ାରୁ ୫୩, ସମ୍ବଲପୁରରୁ ୨୪୧, ସୋନପୁରରୁ ୨୨ ଓ ଷ୍ଟେଟ୍ ପୁଲରୁ ୧୨୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ତେବେ ଗତ ୨୪ ଘଂଟାରେ ୧ ହଜାର ୩୦୯ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଫଳରେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୪ ହଜାର ୫୬୮ ହୋଇଛି । ସେହିପରି ଆଜିସୁଦ୍ଧା ରାଜ୍ୟରେ ୩ ଲକ୍ଷ ୭୨ ହଜାର ୭୦୩ କରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି । ଚଳିତମାସ ଅର୍ଥାତ ଏପ୍ରିଲ ମାସର ୧୯ ଦିନ ଭିତରେ ମୋଟ୍ ୩୧ ହଜାର ୬୮୭ ନୂଆ ମାମଲା ରେକର୍ଡ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe