ସବୁ ରେକର୍ଡକୁ ଭାଙ୍ଗିଦେଲା ଦୈନିକ ସଂକ୍ରମଣ : ୨୪ ଘଂଟାରେ ୮୩୮୬ କରୋନା ଆକ୍ରାନ୍ତ ଚିହ୍ନଟ;ଖୋର୍ଦ୍ଧାରୁ ସବାଧିକ ୧୮୪୦, ସୁନ୍ଦରଗଡରୁ ୯୩୩

543

କନକ ବ୍ୟୁରୋ : ରାଜ୍ୟରେ କ୍ରମାଗତ ଭାବେ ବଢିଚାଲିଛି କରୋନା ସଂକ୍ରମଣ । ଲଗାତାର ୬ ଦିନ ସଂକ୍ରମଣ ୬ହଜାର ଟପିଥିବା ବେଳେ ଆଜି ସଂଖ୍ୟା ୮ ହଜାର ପାର୍ କରିଛି । ଗତ ୨୪ ଘଂଟାରେ ରାଜ୍ୟରେ ୮୩୮୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜିର ଆକ୍ରାନ୍ତ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୧୮୪୦ ଆକ୍ରାନ୍ତ ରହିଛନ୍ତି । ଖୋର୍ଦ୍ଧା ପଛକୁ ସୁନ୍ଦରଗଡରରୁ ୯୩୩, କଟକରୁ ୪୯୬, ଝାରସୁଗୁଡାରୁ ୪୩୩, ନବରଙ୍ଗପୁରରୁ ୩୮୮, ବଲାଙ୍ଗୀରରୁ ୩୫୮,ସମ୍ବଲପୁରରୁ ୩୦୭ ଆକ୍ରାନ୍ତ ଚିହ୍ନଟ ହୋଇଛି ।

୩୦ ଜିଲ୍ଲାରୁ ୧୯ ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ତିନି ଅଙ୍କ ଟପିଛି । ୨୭ ଦିନରେ ରାଜ୍ୟରେ ସଂକ୍ରମିତ ହେଲେଣି ୮୭ହଜାର ୪୯୯ ଆକ୍ରାନ୍ତ । ସେହିପରି ୨୪ ଘଂଟାରେ କରୋନାରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ପୁରୀରୁ ୩, ରାୟଗଡାରୁ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବୌଦ୍ଧ, ଗଞ୍ଜାମ, ଖୋର୍ଦ୍ଧା, ସୁନ୍ଦରଗଡରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।