ଗତ ୨୪ ଘଂଟାରେ ରାଜ୍ୟରେ ରେକର୍ଡ ୧୨,୮୫୨ କରୋନା ଆକ୍ରାନ୍ତ : ଖୋର୍ଦ୍ଧା, କଟକ ସହ ଚିନ୍ତା ବଢ଼ାଉଛନ୍ତି ଅନୁଗୁଳ ଓ ସୁନ୍ଦରଗଡ

Advertisment
ଗତ ୨୪ ଘଂଟାରେ ରାଜ୍ୟରେ ରେକର୍ଡ ୧୨,୮୫୨ କରୋନା ଆକ୍ରାନ୍ତ : ଖୋର୍ଦ୍ଧା, କଟକ ସହ ଚିନ୍ତା ବଢ଼ାଉଛନ୍ତି ଅନୁଗୁଳ ଓ ସୁନ୍ଦରଗଡ

କନକ ବ୍ୟୁରୋ : ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୨୮୫୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୭୧୯୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୫୬୫୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୮୭୪ ଜଣ, ବାଲେଶ୍ୱରରୁ ୫୦୮ ଜଣ, ବରଗଡ଼ରୁ ୪୬୧ ଜଣ, ଭଦ୍ରକରୁ ୧୫୧ ଜଣ, ବଲାଙ୍ଗୀରରୁ ୨୭୪ ଜଣ, ବୌଦ୍ଧରୁ ୩୪୭ ଜଣ, କଟକରୁ ୧୦୭୩ ଜଣ, ଦେବଗଡରୁ ୧୦୫ ଜଣ, ଢେଙ୍କାନାଳରୁ ୪୮୨ ଜଣ, ଗଜପତିରୁ ୭୭ ଜଣ ଚିହ୍ନଟ ହୋଇଛନ୍ତି ।

ଗଞ୍ଜାମରୁ ୩୪୦ ଜଣ, ଜଗତସିଂହପୁରରୁ ୩୦୦ ଜଣ, ଯାଜପୁରରୁ ୩୩୭ ଜଣ, ଝାରସୁଗୁଡାରୁ ୩୯୯ ଜଣ, କଳାହାଣ୍ଡିରୁ ୬୬୮ ଜଣ, କନ୍ଧମାଳରୁ ୧୦୪ ଜଣ, କେନ୍ଦ୍ରାପଡାରୁ ୨୮୫ ଜଣ, କେଉଁଝରରୁ ୧୮୦ ଜଣ, ଖୋର୍ଦ୍ଧାରୁ ୧୯୦୯ ଜଣ, କୋରାପୁଟରୁ ୨୭୨ ଜଣ, ମାଲକାନଗିରିରୁ ୧୧୪ ଜଣ, ମୟୁରଭଞ୍ଜରୁ ୫୮୬ ଜଣ, ନବରଙ୍ଗପୁରରୁ ୩୪୪ ଜଣ, ନୟାଗଡ଼ରୁ ୩୩୧ ଜଣ, ନୂଆପଡ଼ାରୁ ୭୦ ଜଣ, ପୁରୀରୁ ୪୭୨ ଜଣ, ରାୟଗଡାରୁ ୧୯୮ ଜଣ, ସମ୍ୱଲପୁରରୁ ୩୫୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସେହିପରି ସୋନପୁରରୁ ୫୫ ଜଣ, ସୁନ୍ଦରଗଡାରୁ ୮୪୮ ଜଣ, ଷ୍ଟେଟ ପୋଲରୁ ୩୩୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ୧ କୋଟି ୧୩ ଲକ୍ଷ ୮ ହଜାର ୫୬୪ ଟେଷ୍ଟିଙ୍ଗ ହୋଇଥିବାବେଳେ ୬,୯୧,୩୮୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ୫,୭୭,୯୮୩ ଜଣ ସୁସ୍ଥ ହୋଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe