ବରିଷ୍ଠ ଅଧିକାରୀଙ୍କୁ ଉଚ୍ଚଶିକ୍ଷା ସଚିବ ତାଗିଦ୍: ବିଳମ୍ବରେ ଅଫିସ ଆସିଲେ ସରକାରୀ ଗାଡି ହେବ ପ୍ରତ୍ୟାହାର; ଅଗଷ୍ଟ ପହିଲାରୁ ହେବ କାର୍ଯ୍ୟକାରୀ

ବିଳମ୍ବରେ ଆସୁଥିବାରୁ ପଦକ୍ଷେପ

403

କନକ ବ୍ୟୁରୋ: ବିଳମ୍ବରେ ଅଫିସ ଆସିଲେ ସରକାରୀ ଗାଡି ପ୍ରତ୍ୟାହାର ହେବ । ବିଳମ୍ବରେ ଆସୁଥିବା ବରିଷ୍ଠ ଅଧିକାରୀଙ୍କ ପାଇଁ ଆଭିମୁଖ୍ୟ ଆପଣେଇଛି ଉଚ୍ଚଶିକ୍ଷା ବିଭାଗ । ଏନେଇ ବରିଷ୍ଠ ଅଧିକାରୀଙ୍କୁ କଡା ତାଗିଦ କରିଛନ୍ତି ଉଚ୍ଚଶିକ୍ଷା ବିଭାଗର ସଚିବ । ବିଭାଗୀୟ ଅଧିକାରୀଙ୍କୁ ସରକାର ଗାଡି ଯୋଗାଇ ଦିଆଯାଉଛି ।

ଏହାସତ୍ୱେ ଅଧିକାରୀମାନେ ସକାଳ ୧୦ଟାରେ ପହଂଚି ପାରୁ ନାହାନ୍ତି. ବିଳମ୍ବରେ କାର୍ଯ୍ୟାଳୟକୁ ଆସୁଛନ୍ତି । ତେଣୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କଡା ଆଭିମୁଖ୍ୟ ଗ୍ରହଣ କରାଯାଇଛି । ବିଭାଗୀୟ ଅଧିକାରୀଙ୍କୁ ଠିକ ସମୟରେ ଅଫିସ ଆସିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ଶିକ୍ଷା ସଚିବ । ସଚିବଙ୍କ ଏହି ନିର୍ଦ୍ଦେଶନାମା ଅଗଷ୍ଟ ପହିଲାରୁ ଲାଗୁହେବ । ଯଦି ଅଧିକାରୀମାନେ ବିଳମ୍ବରେ କାର୍ଯ୍ୟାଳୟକୁ ଆସନ୍ତି, ତେବେ ସେମାନଙ୍କ ଠାରୁ ଗାଡି ପ୍ରତ୍ୟାହାର କରିନିଆଯିବ ।