କନକ ବ୍ୟୁରୋ : ଯୁକ୍ତ ୩ରେ ନାମ ଲେଖା ପାଇଁ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ପ୍ରକାଶ ପାଇଛି । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରଥମ କଟ୍ ଅଫ୍ ତାଲିକା ପ୍ରକାଶ କରାଯାଇଛି । ତେବେ ଯେଉଁ କଲେଜରେ ଇଣ୍ଟିଗ୍ରେଟେଡ୍ ବିଏଡ୍ ଅଛି, ସେଠାରେ ଅଧିକ କଟ୍ ଅଫ୍ ରହିଛି । ତେବେ କଳା, ବିଜ୍ଞାନରେ ବିଜେବି ଓ ରେଭେନ୍ସା ମହାବିଦ୍ୟାଳୟକୁ ଟପି ଯାଇଛି ଅନ୍ୟାନ୍ୟ କଲେଜ । ବିଜ୍ଞାନରେ ପୁରୀ ଏସିଏସ୍ କଲେଜ ସର୍ବାଧିକ କଟ୍ ଅଫ୍ ରହିଛି । ସେହିଭଳି କଳାରେ ବାଲେଶ୍ୱରର ଫକିରମୋହନ ବିଶ୍ୱବିଦ୍ୟାଳୟ ଓ ବାରିପଦାରେ ଏମପିସି କଲେଜର ସର୍ବାଧିକ କଟ ଅଫ ରହିଛି । ଚଳିତ ବର୍ଷ ଯୁକ୍ତ ୩ ପଢିବା ପାଇଁ ରାଜ୍ୟ ବିଭିନ୍ନ ମହାବିଦ୍ୟାଳୟରେ ୨ ଲକ୍ଷ ୨୩ ହଜାର ୩୧୦ ଜଣ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି । ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୭୪ ହଜାର ୧୯୫ ଜଣ ପ୍ରଥମ ପର୍ଯ୍ୟାୟ କଟ୍ଅଫ୍ରେ ନାମ ଲେଖାଇବା ପାଇଁ ମନୋନିତ ହୋଇଛନ୍ତି ।