କନକ ବ୍ୟୁରୋ : ଥରେ କରୋନାରେ ସଂକ୍ରମିତ ହେଲେ, ରୋଗୀଙ୍କ ଶରୀରରେ ତିଆରି ହେଉଥିବା ଆଂଟିବଡି ବା ପ୍ରତିରୋଧ ଶକ୍ତି କରୋନା ବିରୋଧରେ ବୃଦ୍ଧି ପାଉଛି । ଦେଶର ସର୍ବୋଚ୍ଚ ଭେଷଜ ଗବେଷଣା ସଂସ୍ଥା ଆଇସିଏମଆର ଦ୍ୱାରା ପରିଚାଳିତ ଭୁବନେଶ୍ୱର ଆରଏମଆରସି ପକ୍ଷରୁ ହୋଇଥିବା ଅଧ୍ୟୟନରୁ ଏହା ଜଣାପଡିଛି । କିଛି ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡିର କରୋନା ଯୋଦ୍ଧାଙ୍କୁ ନେଇ ଏହି ଅଧ୍ୟୟନ କରାଯାଇଥିବା ଦାବି କରାଯାଇଛି ।
- କରୋନା ଆକ୍ରାନ୍ତଙ୍କ ଦେହରେ ଦୁଇ ପ୍ରକାର ଆଂଟିବଡି ବା ପ୍ରତିରୋଧ ଶକ୍ତି ସୃଷ୍ଟି ହୁଏ
- ପ୍ରଥମତଃ ଭୂତାଣୁର ନ୍ୟୁକ୍ଲୋକାପସିଡ୍ ପ୍ରୋଟିନ ବିରୋଧରେ ଆଂଟିବଡି ପ୍ରସ୍ତୁତ ହୁଏ
- ଦ୍ୱିତୀୟରେ ଭୂତାଣୁର ଷ୍ଟ୍ରକ୍ଚରାଲ ସ୍ପାଇକ ପ୍ରୋଟିନ ବିରୋଧରେ ପ୍ରତିରୋଧ ଶକ୍ତି ତିଆରି ହୁଏ
- ଅଧ୍ୟୟନରୁ ଦେଖାଯାଇଛି ଯେ, ସ୍ପାଇକ ପ୍ରୋଟିନ ବିରୋଧରେ ଆଂଟିବଡି ହ୍ରାସ ପାଉନାହିଁ
- ଯାହା ପୁନଃ ସଂକ୍ରମିତ ହେବାରେ ମଣିଷ ଶରୀରର କୋଷିକାକୁ ସୁରକ୍ଷା ଯୋଗାଇ ହେଉଛି
- କରୋନାରୁ ସୁସ୍ଥ ହୋଇଥିବା ୭୬ ଜଣ ସ୍ୱାସ୍ଥ୍ୟକର୍ମୀ ଓ କରୋନା ଯୋଦ୍ଧାଙ୍କୁ ନେଇ ହୋଇଥିଲା ଏହି ଅଧ୍ୟୟନ
- କରୋନାରୁ ସୁସ୍ଥ ହେବାର ୨୮ ଦିନ ପରେ ୧୮ରୁ ୬୩ ବର୍ଷର ବ୍ୟକ୍ତିଙ୍କୁ ନେଇ ଏହି ଅଧ୍ୟୟନ କରାଯାଇଥିଲା
- ପ୍ରାୟ ୧୬ ସପ୍ତାହ ଧରି ଏମାନଙ୍କଠାରୁ ସିରମ ସାମ୍ପୁଲ ସଂଗ୍ରହ କରି ବିଭିନ୍ନ ପରୀକ୍ଷା ନିରୀକ୍ଷା କରାଯାଇଥିଲା
- ସେପ୍ଟେମ୍ବର ୨୦୨୦ରୁ ଫେବ୍ରୁଆରୀ ୨୦୨୧ ଭିତରେ ଏମାନଙ୍କର ଆଂଟିବଡି ପ୍ରାୟ ୧୦ ଗୁଣା ବୃଦ୍ଧି ପାଇଥିବା ଦେଖା ଯାଇଥିଲା