ହାଇକୋର୍ଟରେ ପରୀ ମୃତ୍ୟୁ ମାମଲା: ଅଧିକ ତଦନ୍ତ ପାଇଁ ଏସଆଇଟିକୁ ୨ ମାସ ସମୟ ଦେଲେ କୋର୍ଟ

ଏସଆଇଟି ଦେଇଥିବା ପୂର୍ବ ରିପୋର୍ଟକୁ କଲେ ଅନୁଧ୍ୟାନ । ମାର୍ଚ୍ଚ ୨୫ରେ ମାମଲାର ପରବର୍ତୀ ଶୁଣାଣୀ

108

କନକ ବ୍ୟୁରୋ: ହାଇକୋର୍ଟରେ ନୟାଗଡ ପରୀ ମୃତ୍ୟୁ ମାମଲା । ଏସଆଇଟି ଦେଇଥିବା  ପୂର୍ବ ରିପୋର୍ଟକୁ ଅନୁଧ୍ୟାନ କରିଛନ୍ତି କୋର୍ଟ । ଅଧିକ ତଦନ୍ତ ପାଇଁ ଏସଆଇଟିକୁ ୨ ମାସ ସମୟ ଦେଇଛନ୍ତି ହାଇକୋର୍ଟ ।  ଆସନ୍ତା ୨୫ରେ ମାମଲାର ପରବର୍ତୀ ଶୁଣାଣୀ ହେବ । ପରୀ ମୃତ୍ୟୁର ଅଭିଯୁକ୍ତକୁ ଏସଆଇଟି ପ୍ରଥମେ  ନୟାଗଡ ପୋକ୍ସ କୋର୍ଟରେ ହଜାର କରାଇଥିବାବେଳେ ନାବାଳକ ଦର୍ଶାଇ  ମାମଲା ଜୁଭେଇନାଲ ଜଷ୍ଟିସ ବୋର୍ଡକୁ ସ୍ଥାନାନ୍ତର  କରାଯାଇଥିଲା ।  ଜୁଭେଇନାଲ କୋର୍ଟ ଗତ ୫ ତାରିଖରେ  ଅଭିଯୁକ୍ତକୁ ଅନୁଗୁଳ  ବଳାସୁଧାର ଗୃହକୁ ପଠାଇଥିଲେ । ନାର୍କୋ ଟେଷ୍ଟ ପାଇଁ ଏସଆଇଟି ଆବେଦନ କରିଥିବା ବେଳେ  ଅଭିଯୁକ୍ତ ନାର୍କୋ ଟେଷ୍ଟ ପାଇଁ ରାଜି ହୋଇନାହିଁ ।