ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ‘କର୍ମଚାରୀଙ୍କ ମୃତ୍ୟୁ ପରେ ବିବାହିତ ଝିଅ ବି ପାଇବେ ଅନୁକମ୍ପା ମୂଳକ ନିଯୁକ୍ତି’ ।

993

କନକ ବ୍ୟୁରୋ: ଏବେ ଆଉ ନିଯୁକ୍ତିରୁ ବଂଚିତ ହେବେନି ମୃତ କର୍ମଚାରୀଙ୍କ ବିବାହିତା ଝିଅ । ବିବାହ ପରେ ବି ଝିଅଙ୍କୁ ମିଳିବ ଅନୁକମ୍ପା ମୂଳକ ନିଯୁକ୍ତି । ଏନେଇ ବଡ଼ ରାୟ ଶୁଣାଇଛନ୍ତି ହାଇକୋର୍ଟ । ଅନୁକମ୍ପାମୂଳକ ନିଯୁକ୍ତି କ୍ଷେତ୍ରରେ ନିର୍ଭରଶୀଳତାକୁ ମାନଦଣ୍ଡ ଭାବେ ଗ୍ରହଣ କରାଯିବା ଉଚ୍ଚିତ । ନିର୍ଭରଶୀଳ ବ୍ୟକ୍ତିଙ୍କ ବୈବାହିକ ସ୍ଥିତି ଏଥିରେ ବାଧକ ହେବା ଉଚ୍ଚିତ ନୁହେଁ ବୋଲି କହିଛନ୍ତି ଉଚ୍ଚ ନ୍ୟାୟାଳୟ । ଝିଅ ବାହାହେବା ପରେ ବି ନିଜ ବାପାମାଆଙ୍କ ପ୍ରତି ଥିବା ଉତରଦାୟିତ୍ୱରୁ ମୁକୁଳି ନଥାଏ । ଅଭିଭାବକଙ୍କ ଭରଣପୋଷଣ ପାଇଁ ବିବାହିତା ଝିଅ ବାଧ୍ୟ । ତେଣୁ ବିବାହିତା ଝିଅଙ୍କୁ ଅନୁକମ୍ପାମୂଳକ ନିଯୁକ୍ତିରୁ ବଞ୍ଚିିତ କରାଯାଇପାରିବନି ବୋଲି ରାୟ ଶୁଣାଇଛନ୍ତି କୋର୍ଟ । ଅନୁକମ୍ପା ନିଯୁକ୍ତି ବିବାଦ ଓ ମୋକଦ୍ଦମାରେ ଆବେଦନକାରୀଙ୍କ ବହୁ ବର୍ଷ ସମୟ ନଷ୍ଟ ହୋଇଥିବାରୁ ତାଙ୍କ ବୟସ ପ୍ରସଙ୍ଗ ହେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ହାଇକୋର୍ଟ ।