ପରିବହନ ବିଭାଗକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ପୁଲିସ ଥାନା ପରିସରରେ ପଡିଥିବା ଗାଡି ନଷ୍ଟ ହେବା ପୂର୍ବରୁ ଫେରାଇବାକୁ ନିଆଯାଉ ପଦକ୍ଷେପ ।

973

କନକ ବ୍ୟୁରୋ: ପୁଲିସ ଥାନା, ବନ କାର୍ଯ୍ୟାଳୟ ଏବଂ ଅବକାରୀ କାର୍ଯ୍ୟାଳୟ ଆଦି ସ୍ଥାନରେ ପଡ଼ି ରହିଥିବା ଜବତ ଗାଡ଼ିକୁ ଉଠାଇବା ପାଇଁ ପରିବହନ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଗାଡ଼ି ଗୁଡ଼ିକ ନଷ୍ଟ ହେବା ପୂର୍ବରୁ ଫେରାଇବା ପାଇଁ ନିଷ୍ପତି ନିଆଯାଉ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ଏକ ନିୟମ ଆଣନ୍ତୁ ବୋଲି ପରିବହନ କମିଶନରଙ୍କୁ କହିଛନ୍ତି ଉଚ୍ଚତମ ନ୍ୟାୟାଳୟ । ସରକାରୀ କାର୍ଯ୍ୟାଳୟରେ ଜବତ ଗାଡ଼ିଗୁଡ଼ିକ ଧୂଳିମଳି ହୋଇ ପଡ଼ିରହିବା ସହ ଗାଡ଼ି ନଷ୍ଟ ହୋଇଯାଉଛି ବୋଲି କୋର୍ଟ ହୃଦବୋଧ କରିଛନ୍ତି ।