ବିଜେପୁର ଉପନିର୍ବାଚନ ସସପେନ୍ସ ଉପରୁ ଉଠିବ ପରଦା ! ଆଜି ନିର୍ବାଚନ ନେଇ ରାୟ ଶୁଣାଇବେ ହାଇକୋର୍ଟ

35

କନକ ବ୍ୟୁରୋ : ଆଜି ବିଜେପୁର ଉପନିର୍ବାଚନ ସ୍ଥିତି ସ୍ପଷ୍ଟ ହେବ । ବିଧାୟକ ସୁବଳ ସାହୁଙ୍କ ପରଲୋକ ପରେ ବିଜେପୁର ନିର୍ବାଚନ ଅନିୟମିତତା ମାମଲାର ଅନ୍ତ ଘଟିବା ନା ଶୁଣାଣି ଚାଲୁ ରହିବ, ସେନେଇ ଆଜି ରାୟ ଶୁଣାଇବେ ହାଇକୋର୍ଟ । ଗତ ୧୩ ତାରିଖରେ ଏହି ପ୍ରସଙ୍ଗରେ ଶୁଣାଣି କରି କୋର୍ଟ ରାୟ ସଂରକ୍ଷିତ ରଖିଥିଲେ । ବିଧାୟକ ସୁବଳ ସାହୁଙ୍କ ପରଲୋକ ପରେ ବିଚାରଧୀନ ନିର୍ବାଚନୀ ମାମଲା ଚାଲିବ ନା ନାହିଁ ଓ ଉପନିର୍ବାଚନ ତାରିଖ ଘୋଷଣା ପାଇଁ କିଛି ପ୍ରତିବନ୍ଧକ ଅଛି କି ନାହିଁ, ତାହା ଆଜି କୋର୍ଟଙ୍କ ରାୟ ଉପରେ ନିର୍ଭର କରୁଛି । କିଛି ଦିନ ପୂର୍ବରୁ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ କହିଥିଲେ କୋର୍ଟରେ ମାମଲା ଥିବାରୁ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ହୋଇପାରିବ ନାର୍ହିଁ । ଏପଟେ କିଛି ଆଇନ ବିଶେଷଜ୍ଞ କହିଛନ୍ତି, ଉପନିର୍ବାଚନ ଉପରେ କୋର୍ଟ ସ୍ଥଗିତାଦେଶ ଜାରି କରିନଥିବାରୁ ନିର୍ବାଚନ କରିବାରେ କିଛି ଅସୁବିଧା ନାହିଁ ।

bijepur electionକ’ଣ ଥିଲା ମାମଲା : ୨୦୧୪ ପଂଚଦଶ ବିଧାନସଭା ନିର୍ବାଚନରେ ବିଜେଡିର ହେଭିୱେଟ୍ ନେତା ପ୍ରସନ୍ନ ଆଚାର୍ୟ୍ୟଙ୍କୁ ହରାଇ ବିଜେପୁରରୁ ନିର୍ବାଚନ ହୋଇଥିଲେ କଂଗ୍ରେସ ନେତା ସୁବଳ ସାହୁ । ସାରା ରାଜ୍ୟରେ ବିଜେଡିର ହାୱା ବହୁଥିବା ବେଳେ ପ୍ରସନ୍ନଙ୍କୁ ହରାଇ ସମସ୍ତଙ୍କୁ ଚମକାଇ ଦେଇଥିଲେ ସୁବଳ ସାହୁ । କଂଗ୍ରେସର ସୁବଳ ସାହୁଙ୍କୁ ଏହି ନିର୍ବାଚନରେ ମିଳିଥିଲା ୫୩ ହଜାର ୨୯୦ ଭୋଟ । ବିଜେଡିର ପ୍ରସନ୍ନ ଆଚାର୍ୟ୍ୟ ପାଇଥିଲେ ୫୨ ହଜାର ୮୩୨ । ମାତ୍ର ୪୫୮ଟି କମ୍ ଭୋଟ୍ ପାଇ ପରାଜୟର ସ୍ୱାଦ ଚାଖିଥିବା ପ୍ରସନ୍ନ ଅଭିଯୋଗ କରିଥିଲେ ଯେ ନିର୍ବାଚନରେ ବ୍ୟାପକ ଅନିୟମିତତା ହୋଇଛି ।
ଏ ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ପ୍ରସନ୍ନ । ତେବେ ଅସମୟରେ ବିଧାୟକ ସୁବଳ ସାହୁଙ୍କ ମୃତ୍ୟୁ ହେବା ପରେ ପୁଣି ଥରେ ବିଜେପୁରବାସୀ ସେମାନଙ୍କ ପ୍ରତିନିଧି ବାଛିବା ପାଇଁ ଅବସର ସୃଷ୍ଟି ହୋଇଛି । ହେଲେ ଏଥିରେ ଏବେ କଣ୍ଟା ସାଜିଛି ପ୍ରସନ୍ନ ଆଚାର୍ୟ୍ୟ କରିଥିବା ନିର୍ବାଚନୀ ଅନିୟମିତତା ମାମଲା ।

Political Parties Gear Up For Bijepur Assembly Bypollସେପଟେ ବିଜେପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଖୋଜିବ କଂଗ୍ରେସ । ବିଜେଡି ଓ ବିଜେପି ପରେ ପ୍ରାର୍ଥୀ ଚୟନରେ ଲାଗିପଡିଛି ରାଜ୍ୟ କଂଗ୍ରେସ । ବିଜେପୁର ପାଇଁ ଦଳ ଏକ କମିଟି ଗଠନ କରିଛି । ଏଆଇସିସି ଦ୍ୱାରା ଅନୁମୋଦିତ ଏହି କମିଟିର ନେତ୍ୱତ୍ୱ ନେବେ ବିଧାୟକ ନବ ଦାସ । ଏହି କମିଟି ବିଜେପୁର ନିର୍ବାଚନମଣ୍ଡଳୀ ବୁଲିବ । ଦଳୀୟ କର୍ମୀ ଓ ସାଧାରଣ ଲୋକଙ୍କ ମତ ନେବ । ଏହାପରେ ଆସନ୍ତା ୨୫ ତାରିଖରେ ପିସିସି ସଭାପତିଙ୍କୁ ଏହି କମିଟି ରିପୋର୍ଟ ଦେବ । ଏହି ରିପୋର୍ଟ ଆଧାରରେ କଂଗ୍ରେସ ବିଜେପୁରରେ ତାର ପ୍ରାର୍ଥୀ ଘୋଷଣା କରିବ । କଂଗ୍ରେସର ଗଡ ରହିଆସିଛି ବିଜେପୁର । ଏଠାରୁ ତିିନି ତିନି ଥର ବିଧାୟକ ରହିଥିଲେ ସ୍ୱର୍ଗତ ସୁବଳ ସାହୁ । ଏବେ ତାଙ୍କ ଅବର୍ତମାନରେ ବିଜେପୁରକୁ ହାତଛଡା କରିବାକୁ ଚାହୁଁନିି କଂଗ୍ରେସ । ଉପନିର୍ବାଚନ ପାଇଁ ସ୍ୱର୍ଗତ ସୁବଳ ସାହୁଙ୍କ ପତ୍ନୀ ରିତା ସାହୁଙ୍କୁ ବିଜେଡି ପ୍ରାର୍ଥୀ କରିବା ପରେ କଂଗ୍ରେସ ଭୋଟ୍ ଯେମିତି ଭାଗ ହେବନି ସେଥିପାଇଁ କସରତ ଚଳାଇଛି କଂଗ୍ରେସ ।