କନକ ବ୍ୟୁରୋ: ଝାରସୁଗୁଡ଼ାରେ ହାଇଭୋଲଟେଜ୍ ପ୍ରଚାର । ଆଜି ପ୍ରମୁଖ ଦଳର ବଡ ନେତା ନିଜ ନିଜ ଦଳର ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ନିଜେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ।
ଝାରସୁଗୁଡା ଜିଲ୍ଲାର ବ୍ରଜରାଜନଗରରେ ଗତ ବର୍ଷ ହୋଇଥିବା ଉପନିର୍ବାଚନ ବେଳେ ପ୍ରଚାର କରିବାକୁ ଯାଇନଥିଲେ ନବୀନ । କିନ୍ତୁ ପରବର୍ତି ସମୟରେ ହୋଇଥିବା ବରଗଡର ପଦ୍ମପୁର ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ ନବୀନ ପଟ୍ଟନାୟକ । ପଦ୍ମପୁରର ବିଭିନ୍ନ ସ୍ଥାନରେ ଆୟୋଜିତ ସଭାରେ ଯୋଗ ଦେଇ ବିଭିନ୍ନ ପ୍ରତିଶ୍ରୁତି ଦେବା ସହ ବିଜେଡି ପ୍ରାର୍ଥୀଙ୍କ ଭୋଟ ଦେବାକୁ ଅପିଲ କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/05/FvhdwcHakAAxXhv.jpg)