କନକ ବ୍ୟୁରୋ : ଭଦ୍ରକରେ କାହାକୁ ଭରସା କରିବେ ଭୋଟର । ୫ ବର୍ଷ ପାଇଁ କାହାକୁ ନିଜର ନେତା ବାଛିବେ ଜନତା । ଗଣତନ୍ତ୍ରର ମହାପର୍ବରେ ଆଜି ଭଦ୍ରକରେ ଆରମ୍ଭ ହୋଇଛି ଭୋଟିଂ । । ଏହି ସମ୍ମାନଜନକ ଆସନ ଅନେକ ନେତାଙ୍କୁ ପରିଚୟ ଦେଇଛି । ବାସୁଦେବପୁର, ଭଦ୍ରକ, ଚାନ୍ଦବାଲି, ଭଣ୍ଡ୍ାରୀପୋଖରୀ, ସୋର, ସିମୁଳିଆ ଓ ଧାମନଗରକୁ ନେଇ ଭଦ୍ରକ ଲୋକସଭା ନିର୍ବାଚନମଣ୍ଡଳୀ ଗଠିତ । ୨୦୧୪ରେ ଏହି ଲୋକସଭା ଅର୍ନ୍ତଗତ ୭ରୁ ୭ ବିଧାନସଭା ଆସନରେ ବିଜେଡି ବିଜୟ ଧ୍ୱଜା ଉଡାଇଥିଲା । ଏହାବାଦ୍ ଏହି ଲୋକସଭା ଆସନରେ ଅର୍ଜୁନ ଚରଣ ସେଠୀ ୮ଥର ସାଂସଦ ରହି ରେକର୍ଡ କରିଛନ୍ତି । ତେବେ ୨୦୧୯ରେ ନବାଗତଙ୍କ ଲଢେଇର ସାକ୍ଷୀ ହେବାକୁ ଯାଉଛି ଭଦ୍ରକ ।

Advertisment

୨୦୧୯ର ଲଢେଇ
ବିଜେଡି- ମଞ୍ଜୁଲତା ମଣ୍ଡଳ
କଂଗ୍ରେସ- ମଧୁମିତା ସେଠୀ
ବିଜେପି- ଅଭିମନ୍ୟୁ ସେଠୀ

ବିଜେଡି : ମଞ୍ଜୁଲତା ମଣ୍ଡଳ
- ବିଜେଡିର ମହିଳା ନୂଆ ମୁହଁ
- ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ସ୍ତ୍ରୀ
- ପ୍ରଥମଥର ନିର୍ବାଚନ ଲଢୁଛନ୍ତି
- ସ୍ୱାମୀଙ୍କର ସୃଦୁଢ ସଙ୍ଗଠନ ରହିଛି ।

କଂଗ୍ରେସ: ମଧୁମିତା ସେଠୀ
- ପୂର୍ବତନ ସାଂସଦ ଏବଂ ବିଧାୟକ ଅନନ୍ତ ସେଠୀଙ୍କ ଝିଅ
- କଂଗ୍ରେସର ନୂଆ ଚେହେରା
- ପ୍ରଥମଥର ଲୋକସଭା ପ୍ରାର୍ଥୀ
- ବାପାଙ୍କ ଲୋକପ୍ରିୟତା ଏବଂ କଂଗ୍ରେସର ସଂଗଠନ ରହିଛି

ବିଜେପି : ଅଭିମନ୍ୟୁ ସେଠୀ
- ୮ଥର ସାଂସଦ ଅର୍ଜୁନ ଚରଣ ସେଠୀଙ୍କ ପୁଅ
- ବିଜେଡିରୁ ବିଜେପିରେ ସାମିଲ
- ପ୍ରଥମଥର ନିର୍ବାଚନ ଲଢୁଛନ୍ତି
- ବିଜେପିର ସଂଗଠନ ବଳରେ ମୈଦାନକୁ ଓହ୍ଲାଇଛନ୍ତି

୨୦୧୪ର ଲଢେଇ
- ମୈଦାନରେ ଥିଲେ ମୋଟ ୮ ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୧୪ ଲକ୍ଷ ୬୯ ହଜାର ୪୯୮
- ମତ ଦେଇଥିଲେ – ୧୦ ଲକ୍ଷ ୮୧ ହଜାର ୯୭୧
- ଭୋଟଦାନ ହାର – ୭୩.୬୩%

୨୦୧୪ର ଫଳାଫଳ
ପ୍ରାର୍ଥୀ                                ଦଳ            ଭୋଟ            ପ୍ରତିଶତ         ଫଳାଫଳ
ଅର୍ଜୁନ ଚରଣ ସେଠୀ           ବିଜେଡି          ୫,୦୨,୩୩୮   ୪୬.୪୫%      ବିଜୟୀ
ସଂଗ୍ରାମ କେଶରୀ ଜେନା     କଂଗ୍ରେସ         ୩,୨୨,୯୭୯    ୨୯.୮୬%       ପରାସ୍ତ
ଶରତ ଦାସ                    ବିଜେପି           ୨,୧୬,୬୧୭     ୨୦.୦୩%      ପରାସ୍ତ

କିଏ ମାରିଥିଲା ବାଜି?
- ବିଜେଡିର ଅର୍ଜୁନ ଚରଣ ସେଠୀ ନିର୍ବାଚନ ଜିତିଥିଲେ
- ୫ ଲକ୍ଷ ୦୨ ହଜାର ୩୩୮ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
- କଂଗ୍ରେସ ପ୍ରାର୍ଥୀ ସଂଗ୍ରାମ କେଶରୀ ଜେନାଙ୍କୁ ପରାସ୍ତ କରିଥିଲେ
- ୧ ଲକ୍ଷ ୭୯ ହଜାର ୩୫୯ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
- ୫ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ