କନକ ବ୍ୟୁରୋ : ବଡମ୍ବାରେ ବାଜି ମାରିବ କିଏ? କାହାକୁ ଆଗାମୀ ୫ ବର୍ଷ ପାଇଁ ନିଜର ନେତା ବାଛିବେ ଜନତା । ରାଜନୀତିର ବଡ ଚେହେରା ମୈଦାନକୁ ଓହ୍ଲାଇଥିବା ବେଳେ ଲୋକେ କାହା ନାଁରେ ମୋହର ମାରୁଛନ୍ତି ତାହା ସବୁଠୁ ବଡ ପ୍ରଶ୍ନ । ବଡମ୍ବାରେ ନୂଆ ଭୋଟରଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳୁଛି । ତେବେ ପୂର୍ବ ନିର୍ବାଚନରେ କେଉଁ ଦଳର ପ୍ରଦର୍ଶନ କିଭଳି ଥିଲା ତାହା ଉପରେ ନଜର ପକାନ୍ତୁ ।

Advertisment

୨୦୧୯ର ଲଢେଇ
ବିଜେଡି: ଦେବୀ ପ୍ରସାଦ ମିଶ୍ର
କଂଗ୍ରେସ: ବବି ମହାନ୍ତି
ବିଜେପି: ବିଜୟ ଦଳ ବେହେରା

ବିଜେଡି: ଦେବୀ ପ୍ରସାଦ ମିଶ୍ର
- ୫ଥର ବିଧାୟକ
- ପୂର୍ବତନ ମନ୍ତ୍ରୀ ( ଗଣଶିକ୍ଷା )
- ବିଜେଡି ଉପସଭାପତି
- ବରିଷ୍ଠ ନେତା , ବଡମ୍ବାର ଲୋକପ୍ରିୟ ନେତା

କଂଗ୍ରେସ: ବବି ମହାନ୍ତି
- କଂଗ୍ରେସର ନୂଆ ଚେହେରା
- ପ୍ରଥମଥର ନିର୍ବାଚନ ଲଢୁଛନ୍ତି
- ଯୁବନେତା ଓ ସଂଗଠକ

ବିଜେପି: ବିଜୟ ଦଳ ବେହେରା
- ପୂର୍ବତନ ସରପଂଚ
- ପ୍ରଥମଥର ବିଧାୟକ ପ୍ରାର୍ଥୀ

ନିର୍ବାଚନ ମଣ୍ଡଳୀ ତଥ୍ୟ
- ବଡମ୍ବା ଏବଂ ନରସିଂହପୁର ବ୍ଳକ୍କୁ ନେଇ ବଡମ୍ବା ନିର୍ବାଚନମଣ୍ଡଳୀ
- ୧୯୫୭ରେ ଗଠନ ହୋଇଥିଲା
- କଟକ ଲୋକସଭା କ୍ଷେତ୍ର ଅନ୍ତର୍ଭୁକ୍ତ
- ବିଜେଡିର ଦବଦବା ରହିଛି
- ବିଜେଡିର ଦେବୀପ୍ରସାଦ ମିଶ୍ର ଲଗାତର ୫ଥର ବିଧାୟକ

୨୦୧୪ର ଲଢେଇ
- ମୈଦାନରେ ଥିଲେ ମୋଟ ୧୧ ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୨ ଲକ୍ଷ ୧୪ ହଜାର ୩୧୨
- ମତ ଦେଇଥିଲେ – ୧ ଲକ୍ଷ ୫୭ ହଜାର ୫୦୧
- ଭୋଟଦାନ ହାର – ୭୩.୪୯%

୨୦୧୪ର ଫଳାଫଳ
ପ୍ରାର୍ଥୀ                           ଦଳ               ଭୋଟ             ପ୍ରତିଶତ          ଫଳାଫଳ
ଦେବୀପ୍ରସାଦ ମିଶ୍ର         ବିଜେଡି            ୯୧,୭୭୨          ୫୮.୨୭%          ବିଜୟୀ
ଲକ୍ଷ୍ମୀ ଦେବୀ               କଂଗ୍ରେସ           ୨୩,୭୬୧         ୧୫.୦୯%          ପରାସ୍ତ
ବିଭୁଦତ ପଟ୍ଟନାୟକ      ବିଜେପି            ୧୪,୨୨୬           ୯.୦୩%           ପରାସ୍ତ
ସୂର୍ଯ୍ୟକିଶୋର ମହାନ୍ତି    ସ୍ୱାଧୀନ            ୧୭୨୦୦            ୧୦.୯୨              ପରାସ୍ତ

କିଏ ମାରିଥିଲା ବାଜି?
- ବିଜେଡିର ଦେବୀପ୍ରସାଦ ମିଶ୍ର ନିର୍ବାଚନ ଜିତିଥିଲେ
- ୯୧ ହଜାର ୭୭୨ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
- କଂଗ୍ରେସ ପ୍ରାର୍ଥୀ ଲକ୍ଷ୍ମୀ ଦେବୀଙ୍କୁ ପରାସ୍ତ କରିଥିଲେ
- ୬୮ ହଜାର ୦୧୧ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
- ସ୍ୱାଧୀନ ପ୍ରାର୍ଥୀ ସୂର୍ଯ୍ୟକିଶୋର ମହାନ୍ତି ୧୭ ହଜାର ୨୦୦ ଭୋଟ୍ ପାଇ ତୃତୀୟରେ ଥିଲେ
- ୭ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ