କନକବ୍ୟୁରୋ: ପୂର୍ବ ସରକାର ସମୟରେ ପଂଚାୟତି ରାଜ ବିଭାଗରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଛି ବୋଲି ମନ୍ତ୍ରୀ ଅଭିଯୋଗ କରିଛନ୍ତି। ଦୁର୍ନୀତିର ତଦନ୍ତ ହେବ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି। ଆଉ ଏତିକିବେଳେ ନିଆଁରେ ଘିଅ ଢ଼ାଳିଛନ୍ତି ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ୨୦୧୯ ରୁ ୨୦୨୪ ଆର୍ଥିକ ବର୍ଷ ମଧ୍ୟରେ ସାରା ରାଜ୍ୟର ବ୍ଲକ ଗୁଡିକରେ ହୋଇଥିବା ଆର୍ଥିକ ଅନିୟମିତତାର ତଥ୍ୟ ମାଗିଛନ୍ତି ଖୋଦ୍ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ। କେଉଁ ଜିଲ୍ଲାର କେଉଁ ବ୍ଲକ ଗୁଡିକରେ ଆର୍ଥିକ ଅନିୟମିତତା ଓ ଉନ୍ନୟନ ମୂଳକ କାର୍ଯ୍ୟର ବ୍ୟତିକ୍ରମ ନେଇ ଅଭିଯୋଗ ଆସିଥିଲା ତାର ସବିଶେଷ ବିବରଣୀ ମାଗିଛନ୍ତି। ଏଥିସହ ଅଭିଯୋଗ ଆଧାରରେ କେବେ, କେଉଁ ଅଧିକାରୀ କି ପ୍ରକାରର ପଦକ୍ଷେପ ଗ୍ରହଣ କରିଛନ୍ତି ଏହାର ଜିଲ୍ଲାୱାରୀ, ବ୍ଲକୱାରୀ ସବିଶେଷ ତଥ୍ୟ ମାଗିଛନ୍ତି।
ବିଜେଡି ସରକାର ସମୟରେ ବ୍ଲକରେ ଅନିୟମିତତା, ଜିଲ୍ଲା ୱାରୀ, ବ୍ଲକ ୱାରୀ ଦୁର୍ନୀତିର ତଥ୍ୟ ମାଗିଲେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ।
Advertisment
Follow Us