ରାବଡି ନିବାସ ଆଗରେ ହାଇ ଭୋଲଟେଜ୍ ଡ୍ରାମା ! ବଡ଼ବୋହୂର ଗୃହ ପ୍ରବେଶକୁ ନିଶେଧ କରିଛନ୍ତି ଲାଲୁ ପରିବାର , ଏପଟେ ମାତାପିତାଙ୍କ ସହ ଅନସନରେ ବସିଛନ୍ତି ବୋହୂ ଐଶ୍ବର୍ଯ୍ୟା 

417

ରାଷ୍ଟ୍ରୀୟ ଜନତା ଦଳ ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ବୋହୂ ଐଶ୍ବର୍ଯ୍ୟା ରାୟ ନିଜ ଶାଶୂ ରାବଡି ଦେବୀ ଏବଂ ନଣନ୍ଦ ମିସାଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି । ନଣନ୍ଦ ମିସା ତାଙ୍କ ଖାଇବା ଉପରେ କଟକଣା ଲଗାଇବା ସହ ଶାଶୂ ରାବଡି ଦେବୀ ବୋହୂକୁ ଘରୁ ବାହାର କରିଦେଲା ଭଳି ବୟାନ ଦେଇଛନ୍ତିି ଐଶ୍ବର୍ଯ୍ୟା । ଘର ବାହାର ପଟୁ କବାଟ କିଳି ବୋହୂକୁ ଘରେ ପ୍ରବେଶ କରିବାକୁ ଦେଇନଥିଲେ ରାବଡି ଦେବୀ । ଯାହାପରେ ସେ ନିଜ ପିତାମାତାଙ୍କ ସହ ରାବଡି ଆବାସ ବାହାରେ ଆମରଣ ଅନସନରେ ଧାରଣା ଦେଇଥିଲେ ।

ଏଥିମଧ୍ୟରେ ଐଶ୍ବର୍ଯ୍ୟାଙ୍କ ପିତା ଚନ୍ଦ୍ରିକା ରାୟ ଡିଜିପି ଗୁପ୍ତେଶ୍ୱର ପାଣ୍ଡେୟଙ୍କ ସହ ସାକ୍ଷାତ କରିବାକୁ ପହଁଚିଥିଲେ । କିନ୍ତୁ ବାହୁଡିବା ପରେ ତାଙ୍କୁ ରାବିଡି ଆବାସରେ ପ୍ରବେଶ କରିବା ପାଇଁ ଅନୁମତି ଦିଆଯାଇନଥିଲା । ଏପଟେ ପିତା ଚନ୍ଦ୍ରିକାଙ୍କ ସମର୍ଥନ ଲୋକ ମଧ୍ୟ ରାବିଡି ଆବାସରେ ପହଁଚି ପାଟିତୁଣ୍ଡ କରିବା ଆରମ୍ଭ କରିଦେଲେ । ବର୍ତ୍ତମାନ ସେଠାକାର ସ୍ଥିତି ଏବେ ଖୁବ୍ ଗମ୍ଭୀର ହୋଇପଡିଛି । ଘର କଳହ ଦାଣ୍ଡରେ ଆସି ପଡିଛି । ରାବିଡି ନିବାସ ବାହାରେ ପୋଲିସ୍ ର ଛାଉଣି ଦେଖିବାକୁ ମିଳୁଛି । ଅଖିଆ ଅପିଆ ଅବସ୍ଥାରେ ଘରର ବଡ଼ବୋହୂ ଐଶ୍ୱର୍ଯ୍ୟା ବାହାରେ ଆମରଣ ଅନସନରେ ବସିଛନ୍ତି । ଆପଣଙ୍କୁ କହିରଖୁଛୁ ଐଶ୍ୱର୍ଯ୍ୟାଙ୍କୁ ଘରୁ ବାହାର କରିଦେବା ପରେ ପିତା ଚନ୍ଦ୍ରିକା ଯାଦବ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେୟଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ ଏବଂ ମା’ ପୂର୍ଣ୍ଣିମା ଝିଅ ସହ ଆମରଣ ଅନସନରେ ବସିଥିଲେ । ସୂତ୍ର ଅନୁସାରେ ଡିଜିପି ପକ୍ଷରୁ ଐଶ୍ୱର୍ଯ୍ୟାଙ୍କୁ ନ୍ୟାୟ ଦେବା ପାଇଁ ଆଶ୍ୱସନା ଦିଆଯାଇଛି ।

ଆପଣଙ୍କୁ କହିରଖୁଛୁ , ରାଜନୈତିକ ପରିବାରରୁ ଆସିଥିବା ଐଶ୍ୱର୍ଯ୍ୟା ରାୟଙ୍କ ବିବାହ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜପ୍ର୍ରତାପ ଯାଦବଙ୍କ ସହ ହୋଇଥିଲା । କିନ୍ତୁ ବିବାହର ୬ ମାସ ପରେ ତେଜପ୍ରତାପ ପତ୍ନୀଙ୍କ ଠାରୁ ଛାଡ଼ପତ୍ର ନେବା ପାଇଁ ମୋକଦ୍ଦମା କଲେ । ତେବେ ଏଥିମଧ୍ୟରେ ପ୍ରଥମଥର ପାଇଁ ଐଶ୍ୱର୍ଯ୍ୟା ଶାଶୂ ଏବଂ ନଣନ୍ଦଙ୍କ ଉପରେ ନିର୍ଯାତନା ଦେବାର ଅଭିଯୋଗ ଆଣିଛନ୍ତି । ଐଶ୍ୱର୍ଯ୍ୟାଙ୍କ କହିବାନୁସାରେ , ଜୁନ୍ ମାସରୁ ତାଙ୍କ ଶାଶୂ ଠିକରେ ତାଙ୍କୁ ଖାଇବାକୁ ଦେଉନାହାନ୍ତି । ତାଙ୍କ ଖାଇବାର ସବୁ ସାମଗ୍ରୀ ପିତାଙ୍କ ଘରୁ ଆସେ । ନବରାତ୍ରୀର ପ୍ରଥମ ଦିନରେ ଉପବାସ କାରଣରୁ ସେ ଯେତେବେଳେ ରୋଷେଇ ଘରର ଚାବି ମାଗି ପାଣି ପିଇବାକୁ ଇଚ୍ଛା କରିଥିଲେ ନଣନ୍ଦ ମିସା ତାଙ୍କୁ ସମସ୍ତଙ୍କ ସାମ୍ନାରେ ର୍ଦୁବ୍ୟବହାର କରିଥିଲେ ଏବଂ ଧକ୍କା ଦେଇ ଘରୁ ବାହାର କରିଥିଲେ । ବର୍ତ୍ତମାନ ରାବଡି ନିବାସ ଆଗରେ ବୋହୂ ଐଶ୍ୱର୍ଯ୍ୟାଙ୍କ ଧାରଣା ଚାଲୁ ରହିଛି ।