କନକ ବ୍ୟୁରୋ: ନବରଙ୍ଗପୁର ଦେଖିବ ତିନି ମାଝୀଙ୍କ ବିଗ୍ ଫାଇଟ୍ । ନବରଙ୍ଗପୁର ସଂସଦୀୟ କ୍ଷେତ୍ର ନିର୍ବାଚନ ରଣାଙ୍ଗନାରେ ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ ହୋଇଛନ୍ତି ତିନି ମାଝୀ । ବିଜେଡିରୁ ପ୍ରଦୀପ ମାଝୀ, ବିଜେପିରୁ ବଳଭଦ୍ର ମାଝୀ ଓ କଂଗ୍ରେସରୁ ଭୁଜବଳ ମାଝୀ ପ୍ରାର୍ଥୀ ହୋଇଛନ୍ତି । ନବରଙ୍ଗପୁରରେ ୨୦୦୯ ଓ ୨୦୧୪ ଦୁଇଟି ନିର୍ବାଚନରେ ବିଜେଡି ପ୍ରାର୍ଥୀ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ତେବେ ୨୦୦୪ ରେ କଂଗ୍ରେସରୁ ପ୍ରଦୀପ ମାଝୀ ପ୍ରାର୍ଥୀ ହୋଇ ସାଂସଦ ହୋଇଥିଲେ । ହେଲେ ୨୦୦୯ ରେ ରେଳବାଇ ଇଞ୍ଜିନିୟରିଂ ଚାକିରୀ ଛାଡି ପ୍ରଦୀପ ମାଝୀଙ୍କ ବିରୋଧରେ ଲଢେଇ କରି ବିଜୟ ହୋଇଥିଲେ ବଳଭଦ୍ର ମାଝୀ । ଗତ ନିର୍ବାଚନରେ ବଳଭଦ୍ର ବିଜେଡି ଛାଡି ବିଜେପିରେ ସାମିଲ ହୋଇ ପ୍ରାର୍ଥୀ ହୋଇଥିଲେ । ଉଭୟ ସାଂସଦ ପ୍ରାର୍ଥୀ ଥିବା କଂଗ୍ରେସର ପ୍ରଦୀପ ମାଝୀ ଓ ବିଜେପିର ବଳଭଦ୍ର ମାଝୀ, ବିଜେଡି ପ୍ରାର୍ଥୀ ରମେଶ ମାଝୀଙ୍କ ଠାରୁ ପରାଜିତ ହୋଇଥିଲେ । ଏବେ ପୁଣି ଥରେ ତିନି ମାଝୀଙ୍କ ବିଗ୍ ଫାଇଟ୍ ଦେଖିବାକୁ ମିଳିବ । ଟିକେଟ୍ ମିଳିବା ପରେ ତିନି ଦଳର ପ୍ରାର୍ଥୀ ପ୍ରଚାରକୁ ଜୋରଦାର କରିଛନ୍ତି ।